fbpx

ପଞ୍ଜଶିର କବଜା କରିଥିବା ଭାବି ଉତ୍ସବ ମନାଉଥିଲା ତାଲିବାନ, ଫାଙ୍କା ଗୁଳି ଚାଳନାରେ ଚାଲିଗଲା ୧୭ ଜଣଙ୍କ ଜୀବନ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଏବେ ପଞ୍ଜଶିରକୁ ନେଇ ରକ୍ତାକ୍ତ ସଂଘର୍ଷ ଜାରି ରହିଛି । ୨୦ ବର୍ଷ ପରେ ଦେଶର କ୍ଷମତାକୁ ଫେରିଥିବା ତାଲିବାନକୁ ପଞ୍ଜଶିର ଦଖଲ କରିବାକୁ ନାକେଦମ ହେବାକୁ ପଡିଛି । ତାଲିବାନ ଶୁକ୍ରବାର ଦାବି କରିଛି ଯେ, ସେମାନେ ପଞ୍ଜଶିରକୁ ନିଜ ଅକ୍ତିକାରକୁ ଆଣିଛନ୍ତି । ପଞ୍ଜଶିର ଦଖଲ ପରେ ତାଲିବାନ ଶୁକ୍ରବାର ଫାଙ୍କା ଗୁଳିଚାଳନା କରି ଉତ୍ସବ ପାଳନ କରିଛି । ହେଲେ ତାଲିବାନର ଏହି ଉତ୍ସବ ସାଧାରଣ ଜନତାଙ୍କ ପାଇଁ ଅଭିଶାପ ପାଲଟିଛି । କାବୁଲରେ ତାଲିବାନର ଏହି ଫାଙ୍କା ଗୁଳିଚାଳନାରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୧ ଜଣ ଆହତ ହୋଇଛନ୍ତି । ହେଲେ ନଦର୍ଣ୍ଣ ଆଲିଆନ୍ସ ତାଲିବାନୀଙ୍କ ଏହି ଦାବକୁ ଖାରଜ କରିଛି । ପଞ୍ଜଶିର ଏବେ ମଧ୍ୟ ତାଲିବାନୀଙ୍କଠୁ ଦୂରରେ ଥିବା କହିଛି ରେସିଷ୍ଟାନ୍ସ ଫୋର୍ସ ।

ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ପଞ୍ଜଶିରକୁ ଦଖଲ କରି ନେଇଥିବା ଭାବି ତାଲିବାନ ଶୁକ୍ରବାର ରାତିରେ କାବୁଲର ଅଧିକାଂଶ ଅଞ୍ଚଳରେ ଖୁସି ମନାଇ ଫାଙ୍କା ଗୁଳିଚାଳନା କରିଥିଲା । ହେଲେ ତାଲିବାନୀଙ୍କ ଏହି ଖୁସି କାବୁଲରେ ଅନେକ ଲୋକଙ୍କ ଜୀବନ ନେଇଛି । ଫାଙ୍କା ଗୁଳିଚାଳନାରେ ୧୭ ଜଣ ଲୋକ ଆଖି ବୁଜିଛନ୍ତି । ଅନ୍ୟପଟେ ରେସିଷ୍ଟାନ୍ସ ଫୋର୍ସ ତାଲିବାନ ଦାବିକୁ ଖଣ୍ଡନ କରି କହିଛି ଯେ, ପଞ୍ଜଶିର ଏବେ ମଧ୍ୟ ତାଙ୍କ ନିୟନ୍ତ୍ରଣରେ । ଏଠାରେ ତାଲିବାନକୁ ବହୁତ କ୍ଷତି ସହିବାକୁ ପଡିଛି । ତାଲିବାନୀଙ୍କ ଗୁଳିମାଡରେ ଆହତଙ୍କୁ ନିଜର ପ୍ରିୟଜନ ଶୁକ୍ରବାର ବିଳମ୍ବିତ ରାତ୍ରିରେ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

Get real time updates directly on you device, subscribe now.