fbpx
BSKY
BJD YOUTH SKY
BJD MS SKY

(Video) ବାହାନଗା ତାଣ୍ଡବ ପଛରେ ରହିଛି ବଡ଼ ରହସ୍ୟ! ତେନ୍ତୁଳି ଗଛକୁ କାଟିବାରୁ ଆତ୍ମା ଦେଲା ଅଭିଶାପ, କରମଣ୍ଡଳରେ ଚାଲିଗଲା ଶହ ଶହ ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଦୁଇ ତାରିଖରେ ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିବା ସହିତ ଏକ ହଜାରରୁ ଅଧିକ ଯାତ୍ରୀ ଅକାଳରେ ମୃତ୍ୟୁବରଣ କରିଥିଲେ । ଇଣ୍ଟରଲକିଂ ଜନିତ ତ୍ରୁଟି କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ସିବିଆଇ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଦୁର୍ଘଟଣାକୁ ନେଇ କେବଳ ଭାରତ ନୁହେଁ, ସାରା ବିଶ୍ୱରେ ଆତଙ୍କ ଖେଳି ଯାଇଛି ।

ଏହି ଦୁର୍ଘଟଣାକୁ ୫ ଦିନ ପୂରିଯାଇଥିବା ବେଳେ ଲୋକଙ୍କ ମନରୁ ସେହି କାଳ ରାତ୍ରିର ତାଣ୍ଡବ କଥା ଜମା ଲିଭୁନାହିଁ । ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । କରମଣ୍ଡଳ ଦୁର୍ଘଟଣା ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ବିଭିନ୍ନ କଥା କହୁଛନ୍ତି । ଦୁର୍ଘଟଣା ଜୁନ୍ ମାସ ୨ ତାରିଖ ଅର୍ଥାତ ଶୁକ୍ରବାର ସନ୍ଧ୍ୟାରେ ଘଟିଥିଲା । ଦୁର୍ଘଟଣାର ପୂର୍ବଦିନ ଅର୍ଥାତ ଗୁରୁବାର ଦିନ ଗୋଟିଏ ତେନ୍ତୁଳି ଗଛକୁ କଟା ଯାଇଥିଲା । ତେନ୍ତୁଳି ଗଛରେ ଆତ୍ମା ରୁହନ୍ତି ତେଣୁ ଗୁରୁବାର ଦିନ ଏହି ଗଛକୁ କାଟିଲେ ଅଘଟଣ ଘଟେ ବୋଲି ବାହାନଗା ଷ୍ଟେସନ ନିକଟରେ ରହୁଥିବା ଜଣେ ମହିଳା କହିଛନ୍ତି ।

ଆଜିର ବିଜ୍ଞାନ ଯୁଗରେ ଏହି କଥାକୁ ଅଧିକାଂଶ ଲୋକ ଅନ୍ଧବିଶ୍ୱାସ ବୋଲି କୁହନ୍ତି । ମାତ୍ର ବିପଦ ପଡ଼ିଲେ, କୌଣସି ବାଟ ନ ପାଇଲେ ମଣିଷ ସୂତା ଖିଅକୁ ମଧ୍ୟ ଭରସା କରିଥାଏ । ସେହିପରି ଏହି ଦୁର୍ଘଟଣାରେ ନିଜର ମୃତକଙ୍କୁ ହରାଇ ସର୍ବସ୍ୱାନ୍ତ ହୋଇଯାଇଥିବା ପୀଡ଼ିତମାନେ କେବଳ ଉପରବାଲା ଉପରେ ହିଁ ଭରସା କରୁଛନ୍ତି । ମହିଳାଙ୍କ ଅନୁଯାୟୀ, ଉକ୍ତ ତେନ୍ତୁଳି ଗଛଟି ହେଉଛି ତାଙ୍କର ଜେଜେଙ୍କ ଅମଳର, ଯାହାକି ରେଳ ଧାରଣା କଡ଼ରେ ରହିଥିଲା । ଟ୍ରେନ ଯାତାୟତରେ ସମସ୍ୟା ସୃଷ୍ଟି କରିବାରୁ ଗୁରୁବାର ଦିନ ରେଳ କର୍ମଚାରୀମାନେ ଉକ୍ତ ଗଛକୁ କାଟିଦେଇଥିଲେ । ଫଳରେ ଆଉ ଗୋଟିଏ ଦିନ ପରେ ଏଭଳି ଏକ ବଡ଼ ଅଘଟଣ ଘଟିଥିଲା । ଯେତେ ଝଡ଼ବର୍ଷା ହେଲେ ବି ଉକ୍ତ ଗଛର କିଛି କ୍ଷତି ହୋଇନଥିଲା ବୋଲି ମହିଳା ଜଣଙ୍କ କହିଛନ୍ତି ।

Get real time updates directly on you device, subscribe now.