fbpx
BSKY
BJD MC SKY
BJD YOUTH SKY

ବନ୍ୟା ପାଣିରେ ଦିଶିଲା ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ମୁହଁ: ଫଟୋ ଭାଇରାଲ

ତାମିଲନାଡ଼ୁ: ଭୟଙ୍କର ସାମୁଦ୍ରିକ ଝଡ଼ ମିଗଜୋଙ୍ଗ ପ୍ରଭାବରେ ସମଗ୍ର ଦକ୍ଷିଣ ଭାରତ ପ୍ରଭାବିତ ହୋଇଛି । ତେବେ ତାମିଲନାଡ଼ୁ ଏଥିରେ ସବୁଡାରୁ ଅଧିକ ପ୍ରଭାବିତ ହୋଇଛି । ସାରା ରାଜ୍ୟ ବର୍ତ୍ତମାନ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ତେବେ ଏହା ମଧ୍ୟରେ ସାମ୍ନାକୁ ଆସିଛି ବେଶ ମଜାଦାର ଦୃଶ୍ୟ । ପାଣିରେ ବୁଡ଼ି ରହିଥିବା କିଛି କାର ଏବଂ ଲୋକମାନଙ୍କୁ ନେଇ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ. କେ. ଷ୍ଟାଲିନଙ୍କ ମୁହଁର ଚିତ୍ର ଦେଖିବାକୁ ମିଳିଛି । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏକ ପୋଷ୍ଟ ମଧ୍ୟ କରାଯାଇଛି । ତେବେ ବର୍ତ୍ତମାନ ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.