fbpx
BSKY SKY
BSKY SKY

କର୍ଣ୍ଣାଟକରେ କଂଗ୍ରେସ ସରକାର ତିଷ୍ଟି ପାରିବ ନାହିଁ: ଏଚ୍‌ଡି କୁମାରସ୍ୱାମୀ

BSKY

ଧରାଶାୟୀ ହେବ କି କର୍ଣ୍ଣାଟକର କଂଗ୍ରେସ ସରକାର ? ଏହାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଲାଗି ରହିଛି । କଂଗ୍ରେସ ସରକାର ମଧ୍ୟରେ ଦେଖାଦେଇଥିବା ବିବାଦ ଚରମ ସୀମାରେ । ରାଜ୍ୟର କଂଗ୍ରେସ ସରକାର ଯେକୌଣସି ସମୟରେ ଭୁଶୁଡ଼ିପଡ଼ିବା ନେଇ ଜେଡ଼ିଏସ୍ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ଦାବି କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି,‘ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଏହି ସରକାର ତିଷ୍ଟି ପାରିବ ନାହିଁ । ୨୦୨୪ ମେ ପରେ ଏହା ଧରାଶାୟୀ ହୋଇଯିବ । କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା କଂଗ୍ରେସର ଜଣେ ପ୍ରମୁଖ ମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ ହୋଇଛିି । ଆଇନଗତ ଅସୁବିଧାରୁ ବର୍ତ୍ତିବା ପାଇଁ ବିଜେପିରେ ଯୋଗ ଦେବାକୁ ଚିନ୍ତା କରୁଛନ୍ତି । ବର୍ତ୍ତମାନ ସେ ବିଜେପି ନେତାଙ୍କ ସହ ସମ୍ପର୍କରେ ଅଛନ୍ତି । ଦଳ ବଦଲେଇବା ପ୍ରକ୍ରିୟାରେ ୫୦-୬୦ ବିଧାୟକ ସାମିଲ ହୋଇପାରନ୍ତି ।’ ଏନେଇ ଏଏନ୍‌ଆଇ ପକ୍ଷରୁ ‘ଏକ୍ସ’(ପୂର୍ବରୁ ଟ୍ୱିଟ୍‌)ରେ ଏକ ପୋଷ୍ଟ କରାଯାଇଛି ।

ଆଜି କାଲିର ରାଜନୈତିକ ମାହୋଲ ଅନିଶ୍ଚିତତା ଦେଇ ଗତି କରୁଛି । ପୂର୍ବ ଭଳି ସଚ୍ଚୋଟତା ଏବଂ ବିଶ୍ୱସ୍ତତା ନାହିଁ । କର୍ଣ୍ଣାଟକରେ କଂଗ୍ରେସ ଦଳକୁ ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ଭଳି ସମାନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ ।

 

Get real time updates directly on you device, subscribe now.