(Video) ରାତି ଅଧରେ JCB ଚଲାଉଥିଲା ନାବାଳକ… ଘଟେଇ ବସିଲା ଏମିତି କାଣ୍ଡ, ସକାଳୁ ଉଠି କାନ୍ଦିଲେ ଲୋକେ
ଅଧରାତିରେ ନାବାଳକ ଚଲାଉଥିଲା JCB । ଘଟିଲା ଏମିତି ଘଟଣା, ଯାହାକୁ ଦେଖି ଲୋକେ କାବା ।
ଚେନ୍ନାଇ: ତାମିଲନାଡ଼ୁ ମଦୁରାଇରେ ଘଟିଯାଇଛି ବଡ଼ ଦୁର୍ଘଟଣା । ଯଦିଓ କୌଣସି ଜୀବନହାନୀର ଖବର ନାହିଁ, କିନ୍ତୁ ଧନ ସମ୍ପତ୍ତି ନଷ୍ଟ ହୋଇଛି ।
ଜଣେ ନାବାଳକ ପାଇଁ ଭାରି ପଡ଼ିଛି ଜେସିବି ଚଲାଇବା । ୧୭ ବର୍ଷୀୟ ନାବାଳକ ବିଳମ୍ବିତ ରାତିରେ ଗାଡ଼ି ଶିଖୁଥିବାବେଳେ ଘଟିଛି ବଡ଼ ଅଘଟଣ । ନାବାଳକ ଗାଡ଼ି ଶିଖିବାବେଳେ ପାଖାପାଖି ୨୫ଟି ଗାଡ଼ି ଉପରେ ଚଢ଼ାଇ ଦେଇଛି ଜେସିବି ।
କିଛି ମାନିଲାନି: ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଯେ ଯାହା ଗାଡ଼ିକୁ ନିଜ ଦୋକାନ ଏବଂ ଘର ଆଗରେ ପାର୍କ କରିଥିବାବେଳେ ଜେସିବି ସେଗୁଡ଼ିକୁ ଉପରେ ଚଢ଼ି ନଷ୍ଟ କରିଦେଇଛି ।
ସବୁ ଦଳି ଦେଲା: ରାତି ୩ଟାବେଳେ ୫୦ ଫୁଟ ରାସ୍ତାରେ ଥିବା ଗାଡ଼ି ସବୁ ଭାଙ୍ଗି ଚୁରମାର ହୋଇଯାଇଛି । ସକାଳୁ ଉଠି ଲୋକମାନେ ନିଜ ଦୁଆରେ ଥିବା ଭଙ୍ଗା ଗାଡ଼ି ଦେଖି ଡରି ଯାଇଥିବାବେଳେ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ ଚେକ୍ କରାଯାଇଥିଲା ।
ସିସିଟିଭି କହିଲା ସତ: ଯେଉଁଥିରୁ ସତ ବଦାକୁ ଆସିଥିଲା । ସ୍ଥାନୀୟ ଲୋକେ ବର୍ତ୍ତମାନ ନାବାଳକୁ ଖୋଜିବା ଆରମ୍ଭ କରିଛନ୍ତି । ସିସିଟିଭିରେ ନାବାଳକର ମୁହଁ ଠିକରେ ଦୃଶ୍ୟମାନ ହେଉ ନ ଥିବାବେଳେ ତାକୁ ଧରିବା କଷ୍ଟକର ହୋଇପଡ଼ିଛି ।
A 17-year-old boy operated a JCB excavator that was parked at Sellur in #Madurai and damaged several auto rickshaws and properties.
Know more🔗https://t.co/TWug9cLQmo pic.twitter.com/B5aPo0jwHm
— The Times Of India (@timesofindia) March 3, 2025