fbpx

କାଳ ହେଲା ଫେମସ୍ ହେବାର ନିଶା: ଟ୍ରେନରେ କଟି ପ୍ରାଣ ହରାଇଲେ ୩ କଲେଜ୍ ଛାତ୍ର

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆର ଜମାନାରେ ସମସ୍ତଙ୍କୁ ଫେମସ୍ ହେବାର ଅଜବ ନିଶା ଘାରିଛି । ଇନଷ୍ଟାଗ୍ରାମରେ ରିଲ୍ ବନାଇ ଫେମସ୍ ହେବା ଲକ୍ଷ୍ୟରେ ରହୁଛନ୍ତି ଯୁବପିଢି । ରିଲ୍ସ ବନାଇ ଲାଇକ୍ ଓ କମେଣ୍ଟ ହାସଲ କରିବା ସମସ୍ତଙ୍କର ଏକମାତ୍ର ଲକ୍ଷ୍ୟ ରହୁଛି । ଫେମସ ହେବାର ଏହି ଦୌଡରେ ଯୁବକ ଯୁବତୀ ନିଜ ଜୀବନକୁ ମଧ୍ୟ ବାଜି ଲଗାଇବାକୁ ପଛାଉ ନାହାନ୍ତି । ଏମିତି ଏକ ଛାତିଥରା ଘଟଣା ଘଟି ଯାଇଛି ତାମିଲନାଡୁରେ । ଫେମସ ହେବା ଲାଗି ଟ୍ରେନ ଲାଇନରେ ରିଲ୍ ବନାଉଥିବା ବେଳେ ପ୍ରାଣ ହରାଇଛନ୍ତି ୩ ଜଣ କଲେଜ ଛାତ୍ର ।

ରିପୋର୍ଟ ଅନୁଯାୟୀ ତାମିଲନାଡୁରେ ରହୁଥିବା ଏହି ୩ ଯୁବକଙ୍କ ମୁଣ୍ଡରେ ଫେମସ ହେବାର ଭୂତ ସବାର ଥିଲା । ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ପାଇଁ ଟ୍ରେନ ଲାଇନରେ ପହଞ୍ଚି ଯାଇଥିଲେ । ହେଲେ ପାସେଞ୍ଜର ଟ୍ରେନ ଧକ୍କାରେ ପ୍ରାଣ ହରାଇଥିଲେ ୩ ଯୁବକ । ଭେଲୁପୁରମର ଚେଙ୍ଗଲପଟୁ ନିକଟସ୍ଥ ରେଲୱେ ଟ୍ରାକରେ ଏହି ଦୁର୍ଘଟଣା ଘଟିଥିଲା । ମହିନ୍ଦ୍ର ସିଟିରୁ ଦେଢ କିମି ଦୂରରେ ଏହି ଦୁର୍ଘଟଣା ଘଟିଥିଲା । ୩ ନିହତ ଯୁବକଙ୍କ ବୟସ ୧୮-୨୩ ମଧ୍ୟରେ ହେବ ।

ରିଲ୍ସ ବନାଇବା ସମୟରେ ଏଗମୋର ଆଡୁ ଏକ ପାସେଞ୍ଜର ଟ୍ରେନ୍ ଆସୁଥିଲା । ସେହି ପାସେଞ୍ଜର ଟ୍ରେନରେ କଟି ସମସ୍ତେ ପ୍ରାଣ ହରାଇଥିଲେ । ଏହି ଘଟଣା ପରେ ତଦନ୍ତକାରୀ ଅଧିକାରୀ ମାନେ ପହଞ୍ଚି ତଦନ୍ତ କରିଥିଲେ । ୩ ଯୁବକଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଚେକ କରିବାରୁ ସେମାନେ ପୂର୍ବରୁ ବି ଟ୍ରେନ ଲାଇନରେ ଭିଡିଓ ବନାଇଥିବା ଜଣାପଡିଥିଲା ।

Get real time updates directly on you device, subscribe now.