ବିରିଆନୀ ଦୋକାନୀର ପ୍ରେମ କଲା ବାଇଆ, ଦୁୁଇ ଛୁଆ, ସ୍ୱାମୀ ଲାଗିଲେ ପିତା, ଜନ୍ମକଲା ପିଲାଙ୍କୁ ମାରିଦେଲା ମା’
ପ୍ରେମରେ ଏମିତି ହୋଇଥିଲେ ପାଗଳ ଭୁଲି ଯାଇଥିଲେ ତାଙ୍କର ଦୁଇ ପିଲା ସହ ସ୍ୱାମୀ ଅଛନ୍ତି।
ତାମିଲନାଡ଼ୁ: ପ୍ରେମରେ ପାଗଳ ହେଲେ ଦୁଇ ଛୁଆଙ୍କ ମା’। ପରକ୍ରିୟା ପ୍ରୀତି ପାଇଁ ଦୁଇ ଛୁଆଙ୍କୁ ଜୀବନ ନେଲା ଜନ୍ମକଲା ମା’। ନିଜ ସ୍ୱାମୀଙ୍କର ବି ଜୀବନ ନେବାକୁ ପଛେଇ ନଥିଲା। ଭାଗ୍ୟବଶତଃ ସ୍ୱାମୀ ଜୀବନ ବଞ୍ଚି ଯାଇଥିଲା।
ଅଭିଯୁକ୍ତ ମହିଳା ଜଣଙ୍କ ହେଉଛନ୍ତି ଅବିରମୀ। ଟିକ୍ଟକ କରିବା ସହ ସେ ବିରିୟାନୀ ଖାଇବାକୁ ଭଲ ପାଆନ୍ତି। ବିରିଆନୀ ଦେବାକୁ ଆସୁଥିବା ଯୁବକଙ୍କ ପ୍ରେମରେ ପଡ଼ି ଯାଇଥିଲେ ଅବିରମୀ।
ପ୍ରେମରେ ଏମିତି ହୋଇଥିଲେ ପାଗଳ ଭୁଲି ଯାଇଥିଲେ ତାଙ୍କର ଦୁଇ ପିଲା ସହ ସ୍ୱାମୀ ଅଛନ୍ତି। ପ୍ରେମରେ ପାଗଳ ହୋଇଥିବା ଅବିରାମୀ ପ୍ରେମିକ ସହ ନୂଆ ଦୁନିଆ ବସେଇବାକୁ ମଧ୍ୟ ପଛେଇ ନଥିଲେ।
ନୂଆ ଦୁନିଆ ବସେଇବାକୁ ନିଜ ଜନ୍ମକଲା ଛୁଆକୁ ପ୍ରେମିକ ସହ ମିଶି ହତ୍ୟା କରିଛି ଅବିରମୀ। ଯାହାକୁ ୧୦ ମାସ ଗର୍ଭରେ ଧରି ଜନ୍ମ ଦେଇଥିଲା ସେହି ଛୁଆଙ୍କ ଜୀବନ ନେଇଗଲା ମା’ ପରକ୍ରୀୟ ପ୍ରୀତି ପାଇଁ।
ଯାହାର ପରିଣାମ ଆଜିବନ ଜେଲ ଦଣ୍ଡ ଭୋଗିବେ ଅବିରମୀ ଏବଂ ତାଙ୍କ ପ୍ରେମିକ ସୁନ୍ଦରମ। ୨୪ ଜୁଲାଇରେ କୋର୍ଟ ଏହି ଶୁଣାଣି କରିଛି।
ତାମିଲନାଡୁର କାଞ୍ଚିପୁରମର ଏହି ମାମଲା ସେପ୍ଟେମ୍ବର ୨୦୧୮ ର। ଅବିରାମୀଙ୍କ ଜୀବନ ମଧ୍ୟ ଅନ୍ୟ ସାଧାରଣ ମଧ୍ୟବିତ୍ତ ପରିବାର ପରି ଥିଲା। ତାଙ୍କ ସ୍ୱାମୀ ବିଜୟ ବ୍ୟାଙ୍କରେ କାମ କରୁଥିଲେ। ତାଙ୍କର ଗୋଟିଏ ୭ ବର୍ଷର ପୁଅ ଏବଂ ଗୋଟିଏ ୪ ବର୍ଷର ଝିଅ ଥିଲା।
ଘର କାମ କରିବା ସହ ଅବିରମୀ ଟିକଟକ୍ ଭିଡିଓ ତିଆରି କରିବାର ନିଶା ଥିଲା। ସେ ଲୋକପ୍ରିୟ ମଧ୍ୟ ହେବାକୁ ଲାଗିଲେ। ଘର ପାଖରେ ଏକ ଭଲ ବିରିୟାନି ଦୋକାନ ଥିଲା। ଭିଡିଓ ତିଆରି କରିବା ସହିତ, ସେ ବିରିୟାନି ଖାଇବାକୁ ମଧ୍ୟ ପସନ୍ଦ କରୁଥିଲେ।
ମୀନତଚି ସୁନ୍ଦରମ୍ ଏହି ବିରିୟାନି ଷ୍ଟଲରେ କାମ କରୁଥିଲେ। ସେ ଘରକୁ ବିରିୟାନି ପହଞ୍ଚାଇବାକୁ ପ୍ରତିଦିନ ଆସୁଥିଲେ। ଏହି ଭେଟଘାଟ ଧୀରେ ଧୀରେ ବନ୍ଧୁତା ଏବଂ ପରେ ପ୍ରେମରେ ପରିଣତ ହୋଇଥିଲା।
କିନ୍ତୁ ଅବିରମୀଙ୍କ ସ୍ୱାମୀ ଏହି ସମ୍ପର୍କ ବିଷୟରେ ଜାଣିପାରି ଉଭୟଙ୍କୁ ପରସ୍ପରଠାରୁ ଦୂରରେ ରହିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିରିୟାନୀ ବାଲା ପ୍ରେମରେ ଉଡ଼ୁଥିବା ଅବିରମୀ ପ୍ରେମିକ ଠୁ ଦୂରତା ସହି ପାରିନଥିଲେ।
କିନ୍ତୁ ଅବିରମୀଙ୍କ ପିଲା ଏବଂ ସ୍ୱାମୀ ତାଙ୍କ ପ୍ରେମର ରାସ୍ତାରେ ଆସୁଥିଲେ। ତେଣୁ ଉଭୟେ ମିଶି ତିନି ଜଣଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ।
ସୁନ୍ଦରମ୍ ନିଦ ବଟିକା କିଣିଥିଲେ। ପ୍ରଥମେ ଉଭୟ ପିଲାଙ୍କୁ ଏବଂ ପରେ ବିଜୟକୁ ଓଭରଡୋଜ୍ ଦେଇ ହତ୍ୟା କରିବାକୁ ଯୋଜନା କରାଯାଇଥିଲା। ଅବିରମୀ ସମସ୍ତଙ୍କ କ୍ଷୀରରେ ନିଦ ବଟିକା ମିଶାଇ ଦେଇଥିଲେ।
କ୍ଷୀର ପିଇବା ପରେ ଝିଅ ସବୁଦିନ ପାଇଁ ଶୋଇପଡ଼ିଲା। କିନ୍ତୁ ପୁଅ ଅଜୟ ଏବଂ ସ୍ୱାମୀ ବିଜୟ ବଞ୍ଚି ଯାଇଥିଲେ। ପରଦିନ ସକାଳେ ବିଜୟ ଅଫିସକୁ ଚାଲିଗଲା। ପୁଅ ଅଜୟ ନିଦ ବଟିକା ଖାଇ ନିଶାଗ୍ରସ୍ତ ଥିଲା।
ତଥାପି ଅବିରମୀ ଦୟା ଦେଖାଇଲା ନାହିଁ। ସେ ପୁଅର ମୁହଁକୁ ତକିଆରେ ଚାପି ରଖିଲା ଯେପର୍ଯ୍ୟନ୍ତ ପୁଅର ମୃତ୍ୟୁ ନହୋଇଛି। ବିଜୟ ଘରକୁ ଫେରିବାକୁ ବିଳମ୍ବ ହେଉଥିଲା, ତେଣୁ ଅବିରମୀ ଏବଂ ସୁନ୍ଦରମ୍ ତାଙ୍କୁ ଜୀବିତ ଛାଡ଼ି କନ୍ୟାକୁମାରୀ ପଳାଇଗଲେ।
ବିଜୟ ଅଫିସରୁ ଫେରି ଘରକୁ ଆସି ଦେଖିଲେ ପିଲାମାନଙ୍କର ମୃତଦେହ ପଡ଼ିଛି। ଏନେଇ ପୋଲିସକୁ ଖବର ଦେଇଥିଲେ ତଦନ୍ତ ଆରମ୍ଭ ହୋଇଥିଲା। ଶେଷରେ ଉଭୟଙ୍କୁ ପୋଲିସ ଧରିଥିଲା ଏବଂ ଉଭୟ ସେମାନଙ୍କର ଅପରାଧ ସ୍ୱୀକାର କରିଥିଲେ।
କୋର୍ଟ ମଧ୍ୟ ନିଜ ପିଲାମାନଙ୍କୁ ହତ୍ୟା କରିଥିବା ମା’ ପ୍ରତି କୌଣସି ଦୟା ଦେଖାଇ ନଥିଲା। ଅବିରମୀ ଏବଂ ସୁନ୍ଦରମ୍ ଏତେ ବର୍ଷ ଧରି ଜେଲରେ ଥିବାରୁ ସେମାନଙ୍କର ଦଣ୍ଡ ହ୍ରାସ କରିବାକୁ ସେସନ୍ସ କୋର୍ଟକୁ ଅନୁରୋଧ କରିଥିଲେ।
କିନ୍ତୁ ବିଚାରପତି ବିଜୁ ଚେମମାଲ ସ୍ପଷ୍ଟ ଭାବରେ କହିଥିଲେ, ଏହି ଅପରାଧ ପାଇଁ ଆଜୀବନ କାରାଦଣ୍ଡ ଯଥେଷ୍ଟ ନୁହେଁ। ତାଙ୍କୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡିବ।