fbpx

ମାତ୍ର ୩୪ ବର୍ଷ ବୟସରେ ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ନେଲେ ତାମିମ ଇକବାଲ, ବିଶ୍ୱକପ୍ ପୁର୍ବରୁ ବାଂଲାଦେଶକୁ ଲାଗିଲା ବଡ଼ ଝଟକା

Advertisement

ନୁଆଦିଲ୍ଲୀ: ବାଂଲାଦେଶ ଟିମ୍‌ର ଅଭିଜ୍ଞ ବାମହାତୀ ଓପନିଂ ବ୍ୟାଟ୍ସମ୍ୟାନ୍ ତଥା ଦିନିକିଆ ଟିମ୍‌ର ଅଧିନାୟକ ତାମିମ ଇକବାଲ ଆନ୍ତର୍ଜାତୀୟ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି। ଭାରତରେ ହେବାକୁ ଥିବା ବିଶ୍ୱକପ୍ ତିନି ମାସ ପୁର୍ବରୁ ତାଙ୍କର ଏହି ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତାମିମ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏହି ଘୋଷଣା କରିଛନ୍ତି।

ତାମିମ ୨୦୦୭ରେ ବାଂଲାଦେଶ ପାଇଁ ଦିନିକିଆରେ ଡେଭ୍ୟୁ କରିଥିଲେ । ଦିନିକିଆ କ୍ୟାରିୟରରେ ସେ ବାଂଲାଦେଶ ପାଇଁ ସର୍ବାଧିକ ୮୩୧୩ ରନ୍ ସ୍କୋର କରିଛନ୍ତି, ଯେଉଁଥିରେ ୧୪ଟି ଶତକ ସାମିଲ ଅଛି । ସକ୍ରିୟ ଖେଳାଳିଙ୍କ ତାଲିକାରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପରେ ସେ ସର୍ବାଧିକ ରନ୍ ସ୍କୋର କରିଥିବା ଖେଳାଳି ଅଟନ୍ତି ।

ତାମିମ ୭୦ ଟେଷ୍ଟ୍ ମ୍ୟାଚ୍‌ରେ ୩୮.୮୯ ହାରରେ ୫୧୩୪ ରନ୍ ସ୍କୋର କରିଛନ୍ତି, ଯେଉଁଥିରେ ୧୦ଟି ଶତକ ସାମିଲ ଅଛି । ଗତବର୍ଷ ସେ ଟି-୨୦ ରୁ ଅବସର ଘୋଷଣା କରିଥିଲେ । ଚଳିତ ବର୍ଷ ଏପ୍ରିଲ ମାସରେ ଆୟରଲ୍ୟାଣ୍ଡ ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ।

Get real time updates directly on you device, subscribe now.