fbpx

୧୭ ହଜାର ଟଙ୍କା ଦେଲେନି ସୁମିତ, ଆଜି କୋର୍ଟରେ ପିଟିସନ ଦାୟର କରିପାରନ୍ତି ତପସ୍ୱିନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ବହୁଚର୍ଚ୍ଚିତ ପାରିବାରିକ ମାମଲାର ଶୁଣାଣି ତାରିଖ ଦିନକୁ ଦିନ ଘୁଞ୍ଚି ଘୁଞ୍ଚି ଚାଲିଥିବା ବେଳେ ନୂଆ ନୂଆ ଅଡ଼ୁଆ ସୁତାର ଖିଅ ବାହାରୁଛି । ତେବେ ଗତକାଲି ସୁମିତ ସାହୁ ଓ ତପସ୍ୱିନୀ ଦାସଙ୍କର ଦୁଇଟି ଶୁଣାଣି ରହିଥିବା ବେଳେ ସୁମିତ ତପସ୍ୱିନୀଙ୍କୁ ଭରଣପୋଷଣ ପାଇଁ ୧୭ ହଜାର ଟଙ୍କା ଦେବାର ଥିଲା । ତେବେ ଗତକାଲି ଏନେଇ କୌଣସି ଖବର ତପସ୍ୱିନୀଙ୍କ ପାଖକୁ ଯାଇନଥିବାରୁ ସେ ଆଜି ଏନେଇ କୋର୍ଟରେ ପିଟିସନ ଦାୟର କରିପାରନ୍ତି ।

ଗତକାଲି ଡାକ୍ତର ସୁମିତଙ୍କ ଓକିଲ କହିଥିଲେ ଯେ, ସୁମିତଙ୍କ ମାଆ ଓ ଜେଜେମାଙ୍କ ପକ୍ଷରୁ ଆଗତ ପିଟିସନର କାଉଣ୍ଟର ପାଇଁ ତପସ୍ୱିନୀଙ୍କ ପକ୍ଷ ମାଗିଥିବା ସମୟକୁ କୋର୍ଟ ଖାରଜ କରିଦେଇଛନ୍ତି । ଆସନ୍ତା ୧୭ରେ ଏହାର ଶୁଣାଣି ହେବ । ପ୍ରତ୍ୟେକ ମାସର ୧୦ ତାରିଖ ସୁଦ୍ଧା ସୁମିତ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ଦେବାକୁ କୋର୍ଟ ପୂର୍ବରୁ ରାୟ ଦେଇଥିଲେ । ଯେହେତୁ ଏବେ ମାସେ ସମୟ ପୂରିନାହିଁ ତେଣୁ ପେମେଣ୍ଟ ଦେଇହେବନି ବୋଲି ସେ କହିଥିଲେ । ଅପରପକ୍ଷେ ତପସ୍ୱିନୀଙ୍କ ଓକିଲ ଗତକାଲି କହିଥିଲେ ଯେ, ସୁମିତ ଟଙ୍କା ନଦେଲେ ସେ କୋର୍ଟରେ ଏକ ନୂଆ ପିଟିସନ ଦାୟର କରିବେ । ବର୍ତ୍ତମାନ ସୁଦ୍ଧା ଖବର ମୁତାବକ ସେପରି କୌଣସି ଖବର ଆସିନାହିଁ । ଅର୍ଥାତ ସୁମିତଙ୍କ ପକ୍ଷରୁ ତପସ୍ୱିନୀଙ୍କୁ ଉକ୍ତ ଅର୍ଥ ପ୍ରଦାନ କରାଯାଇନାହିଁ । ତେଣୁ ଆଜି ତପସ୍ୱିନୀଙ୍କ ପକ୍ଷରୁ କୋର୍ଟରେ ଏନେଇ ଏକ ପିଟିସନ ଦାୟର କରାଯାଇପାରେ ।

Get real time updates directly on you device, subscribe now.