fbpx

ଟାଟାର ଏହି ଇଲେକ୍ଟ୍ରିକ କାରର ବଢିଲା ଚାହିଦା, ବିକ୍ରି ହେଲା ସବୁଠାରୁ ଅଧିକ ୟୁନିଟ, ଥରେ ଚାର୍ଜ କଲେ ଯାଇପାରିବେ ୩୦୦ କିମି

Advertisement

ନୂଆଦିଲ୍ଲୀ, ୧୨/୦୪: ଭାରତରେ ଇଲେକ୍ଟ୍ରିକ ଯାନବାହନର ବ୍ୟବହାର ନେଇ ସରକାର ଏବଂ ନିର୍ମାତା କଂପାନୀ ସଚେତନା କରିବାକୁ ଚେଷ୍ଟା ଚଳାଇଥିଲେ ବି ଏବେବି ଗ୍ରାହକ ଇଲେକ୍ଟିକ ଗାଡି କିଣିବାକୁ ଏତେ ବି ପସନ୍ଦ କରିନାହାନ୍ତି, ହେଲେ ଟାଟା ମୋଟର୍ସ ଏହାର ନେକ୍ସନ ଇଭିର ବିକ୍ରି ରିପୋର୍ଟ ଜାରି କରିଛି । ଯେଉଁଥିରେ ଇଲେକ୍ଟିକ ଗାଡି ପ୍ରତି ଲୋକଙ୍କର ଆଗ୍ରହ ବଢୁଥିବା ନେଇ ସୂଚନା ମିଳୁଛି ।
ଟାଟା ମୋଟର୍ସର ଏହାର ଇଲେକ୍ଟ୍ରିକ କାର ଟାଟା ନେକ୍ସନ ଇଭିକୁ ୨୦୨୦ ଜାନୁଆରୀରେ ଲଞ୍ଚ କରିଥିଲା । ଯାହାର ଏକ ବର୍ଷରେ ୪୦୦୦ ୟୁନିଟ ବିକ୍ରି ହୋଇସାରିଛି । ଏଥି ସହିତ ଏହି କାର ମାର୍ଚ୍ଚରେ ବିକ୍ରି ହୋଇଥିବା ଇଲେକ୍ଟ୍ରିକ ଗାଡି ମଧ୍ୟରୁ ସବୁଠାରୁ ଅଧିକ ବ୍ରକ୍ରି ହୋଇଥିବା ଇଲେକ୍ଟିକ ଗାଡି ହୋଇଛି ।
ରିପୋର୍ଟ ଅନୁଯାୟୀ କେବଳ ୨୦୨୧ ଆର୍ଥିକ ବର୍ଷରେ ଇଲେକ୍ଟ୍ରିକ ବାହାନ ମଧ୍ୟରେ ଏହା ୪୨୧୯ର ୟୁନିଟ ସେଲ କରଛି ଯାହା ପୂର୍ବ ବର୍ଷ ତୁଳନାରେ ତିନି ଗଣା ଅଧିକ ।
ଟାଟା ନେକ୍ସନ ଇଭିର ଦାମ ୧୩.୯୯ ଲକ୍ଷରୁ ଆରମ୍ଭ ହୋଇଛି । କଂପାନୀ ଏହାକୁ ତିନିଟି ଟ୍ରିମରେ ବଜାରକୁ ଛାଡିଛି । ଟାଟା ନେକ୍ସନ ଇଭି ଏକ୍ସଏମ, ଏକ୍ସଜେଡ ପ୍ଲସ, ଏକ୍ସଜେଡ ପ୍ଲସ ଲକ୍ସ ।
ଏଥିରେ Auto Climate Control, Auto Headlights, Electric Sunroof, 7 inch Infotainment Screen, Park Assistant, Auto Rain Sensing Wiper ଆଦି ରହିଛି । ଏଥିରେ ୧୫ ଇ ଫାଷ୍ଟ ଚାର୍ଜିଂର ରହିଛି । ଏବଂ ଏହା ସିଙ୍ଗଲ ଚାର୍ଜରେ ୩୦୦ କିମି ପର୍ଯ୍ୟନ୍ତ ଚାଲିଥାଏ । ଟାଟା ମୋଟର୍ସ Passenger vehicle Businessର ସଭାପତି ଶୈଲେଶ ଚନ୍ଦ୍ର କହିଛନ୍ତି “ଏହା ଇଲେକ୍ଟ୍ରିକ କାର ସେଗମେଣ୍ଟରେ ଏକ ମାର୍କେଟ ଲିଡର ଭାବରେ ରହିଛି । ଯାହା ଖୁସିର କଥା” ।

Get real time updates directly on you device, subscribe now.