fbpx

ଟାଟା ମୋଟର୍ସର ଗାଡ଼ି ହେବ ମହଙ୍ଗା, ଜୁଲାଇ ୧ ତାରିଖରୁ ବଢିଯିବ ରେଟ

Advertisement

ନୂଆଦିଲ୍ଲୀ: ଦେଶର ବଡ଼ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସ ନିଜ କଷ୍ଟମର୍ସଙ୍କୁ ଝଟକା ଦେଇଛି । କମ୍ପାନୀ ନିଜ କମର୍ସିଆଲ ଭେହିକିଲ୍ସର ମୂଲ୍ୟ ବଢାଇବାର ଘୋଷଣା କରିଛି । ଟାଟା ମୋଟର୍ସର ଗାଡିମାନ ପାଖାପାଖି ୨ ପ୍ରତିଶତ ମହଙ୍ଗା ହେବାକୁ ଯାଉଛି । ନୂଆ ମୂଲୂ ଜୁଲାଇରୁ ଲାଗୁ ହେବାକୁ ଯାଉଛି । ଟାଟା ମୋଟର୍ସ ବୁଧବାର ଦିନ କହିଛି ଯେ, କମୋଡିଟୀ ପ୍ରାଇସରେ ବୃଦ୍ଧି ଘଟିବା ଯୋଗୁଁ ନିଜ ଭେହିକିଲ୍ସର ରେଟ ବଢାଇବା ପାଇଁ ପଡୁଛି । କମ୍ପାନୀ କହିବାନୁଯାୟୀ, ସମସ୍ତ ଭ୍ୟାରିଏଣ୍ଟରେ ଏହାର ବୃଦ୍ଧି ଭିନ୍ନ-ଭିନ୍ନ ରହିବ ।

ଟାଟା ମୋଟର୍ସ ବିବୃତ୍ତି ଜାରି କରି କହିଛି ଯେ, କମ୍ପାନୀ ଏହି ସମୟରେ ନୂଆ ପ୍ରଡକ୍ଟ ଆଣିବା ଲାଗି ପ୍ରସ୍ତୁତି ଚଳାଇଛି । ଏହି ଗାଡ଼ି ଜେନ ନେକ୍ସଟ କଷ୍ଟମର୍ସଙ୍କ ଆବଶ୍ୟକତା ହିସାବରେ ଭାରତ, ବ୍ରିଟେନ, ଆମେରିକା, ଇଟାଲୀ ଏବଂ ସାଉଥ କୋରିଆରେ ଡିଜାଇନ କରାଯାଇଛି । ଏହି ସମସ୍ତ ଯାନ ମଡର୍ଣ୍ଣ ଟେକ୍ନୋଲୋଜୀରୁ ଲେସ ଅଟେ । ରେଭେନ୍ୟୁ ହିସାବରେ ଦେଶର ବଡ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସ ଗତ ଥର ନିଜ କମର୍ସିଆଲ ଭେହିକିଲର ମୂଲ୍ୟରେ ମାର୍ଚ୍ଚରେ ୨ ପ୍ରତିଶତ ବଢାଇଥିଲା । ଟାଟା ମୋଟର୍ସର ରେଭେନ୍ୟୁ ଅର୍ଥିକ ବର୍ଷ ୨୦୨୪ରେ ୫୨.୪୪ ଆରବ ଡଲାର ରହିଛି ।

Get real time updates directly on you device, subscribe now.