fbpx

ଭାରତୀୟ ବଜାରରେ ଲଞ୍ଚ୍‌ ହେଲା ଟାଟା ନେକ୍ସନ୍‌ କୁପେ ଇଭି, ଗୋଟିଏ ଥର ଫୁଲ ଚାର୍ଜରେ ୩୧୨ କିମି ପର୍ଯ୍ୟନ୍ତ ଚାଲିବ

ନୂଆଦିଲ୍ଲୀ: ଟାଟା ମୋଟର୍ସ ଭାରତୀୟ ବଜାରରେ ଏହାର ମୋଷ୍ଟ ୱଟେଡ୍‌ ଇଲେକ୍ଟ୍ରିକ୍‌ କାର୍‌ ଟାଟା ନେକ୍ସନ୍‌ କୁପେ ଇଭି ଏଞ୍ଜ କରିଛି । କମ୍ପାନୀ ଏହି କାରରେ ଆଗ୍ରେସିଭ୍‌ ଡିଜାଇନର ବ୍ୟବହାର କରିଛି । ଖାଲି ଏତିକି ନୁହେଁ କାରରେ ଟ୍ରାଏଙ୍ଗୁଲାର୍‌ ସେପର ଲାଇଟସ୍‌ ଦିଆଯାଇଛି ।

ଟାଟା ନେକ୍ସନ୍‌ କୁପେ ଇଭିରେ ପରମାନେଣ୍ଟ ମେଗନେଟ୍‌ ଏସି ମୋଟର ରହିଛି । ଏଥିରେ ପାୱର ପାଇଁ ଲିଥିୟମ୍‌ ଆୟନ ବ୍ୟାଟେରୀ ଦିଆଯାଇଛି । ଯାହା ଲିକ୍ୱିଡ୍‌ କୁଲ୍ଡ ଓ ଆଇପି ୬୭ ସାର୍ଟିଫାଇଡ୍‌ । ଟାଟା ନେକ୍ସନ୍‌ କୁପେ ଇଭିରେ ୩୦.୨ କେଡବ୍ଲୁଏଚର ବ୍ୟାଟେରୀ ଦିଆଯାଇଛି । ଏହି କାର୍‌ ସିଙ୍ଗଲ୍‌ ଚାର୍ଜରେ ୩୧୨ କିମି. ରେଞ୍ଜ ଦେଇଥାଏ । ଅର୍ଥାତ୍‌ ଥରେ ଫୁଲ୍‌ ଚାର୍ଜ କଲେ କାର୍‌ ଟି ୩୧୨ କିମି. ଯାଏଁ ଚାଲି ପାରିବ । ଏହାର ନୂଆ ଇଲେକ୍ଟ୍ରିକ୍‌ ପାଓରଟ୍ରନ୍‌ ୨୪୫ ଏନଏବମ୍‌ ପିକ ଟର୍କ ଜେନେରେଟ୍‌ କରିଥାଏ । ଟାଟା ନେକ୍ସନ୍‌ କୁପେ ଇଭି ହେଉଛି ଦେଶର ସବୁଠୁ ଶସ୍ତା ଇଲେକ୍ଟ୍ରିକ୍‌ ଏସୟୁଭି । ଭାରତୀୟ ବଜାରରେ ଏହାର ପ୍ରାରମ୍ଭିକ ମୂଲ୍ୟ ୧୪.୫୪ ଲକ୍ଷ ରହିଛି । ଯାହାର ଅଫ୍‌ ଶୋରୁମ୍‌ ମୂଲ୍ୟ ୧୭.୧୫ ଲକ୍ଷ ଟଙ୍କା ରହିଛି ।

Get real time updates directly on you device, subscribe now.