fbpx

ନୀଳାଚଳ ଇସ୍ପାତକୁ କିଣିବ ଟାଟା: ଏତିକି କୋଟି ଟଙ୍କାରେ ହେଲା ଚୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିକ୍ରି ହୋଇଛି ରାଜ୍ୟର ଆଉ ଏକ ଶିଳ୍ପ କାରଖାନା । ୧୯୮୨ ମସିହାରେ ପ୍ରତିଷ୍ଠା ହୋଇଥିବା ରାଜ୍ୟର ଦ୍ୱିତୀୟ ଇସ୍ପାତ କାରଖାନାକୁ ସରକାର ବିକ୍ରି କରିଛନ୍ତି । ସୋମବାର ହୋଇଥିବା ନିଲାମୀରେ ସର୍ବାଧିକ ବିଡିଂ ସହିତ ଟାଟା ନୀଳାଚଳ ଇସ୍ପାତ ନିଗମ ଲିମିଟେଡକୁ କିଣି ନେଇଛି । କଳିଙ୍ଗ ନଗର ଇଣ୍ଡଷ୍ଟ୍ରିଆଲ କମ୍ପେ୍ଲକ୍ସରେ ରହିଥିବା ଏହି ୧ ମିଲିୟନ୍ ଟନ୍ କ୍ଷମତା ବିଶିଷ୍ଟ ନୀଳାଚଳ ଇସ୍ପାତ ନିଗମ କ୍ରୟକୁ ଅର୍ଥନୈତିକ କ୍ୟାବିନେଟ କମିଟି ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।

ଏହି ଚୁକ୍ତିନାମା ଅନୁଯାୟୀ ୯୩.୭୧ ପ୍ରତିଶତ ଅଂଶଧନ ଟାଟା ନିକଟରେ ରହିବ । ବାକି ୪ ପ୍ରତିଶତ ସିପିଏସଇ ଏବଂ ୨ ପ୍ରତିଶତ ଓଡ଼ିଶା ସରକାରଙ୍କ ନିକଟରେ ରହିବ । ଏହି ଚୁକ୍ତି ପାଇଁ ଟାଟା ପକ୍ଷରୁ ୧୨ ହଜାର ୧୦୦ କୋଟି ଟଙ୍କାର ବିଡିଂ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଏବ˚ ଶିଳ୍ପ ବିକାଶ ଓ ପୁଞ୍ଜି ନିବେଶ ନିଗମ (ଇପିକଲ୍‌)ର ଅ˚ଶ ଯଥାକ୍ରମେ ୨୦.୪୭% ଓ ୧୨% ଥିଲା ବେଳେ ମୁଖ୍ୟ ଅ˚ଶୀଦାର ଏମ୍‌ଏମ୍‌ଟିସିର ୪୯.୭୮%, ଜାତୀୟ ଖଣିଜ ବିକାଶ ନିଗମ (ଏନ୍‌ଏମ୍‌ଡ଼ିସି)ର ୧୦.୧୦%, ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିଃ (ଭେଲ୍‌) ଓ ମେକନ୍‌ ଇଣ୍ତିଆ ୦.୬୮% ଲେଖାଏଁ ଅ˚ଶ ନିବେଶ କରିବାକୁ ଚୁକ୍ତିବଦ୍ଧ ହୋଇଥିଲେ।

Get real time updates directly on you device, subscribe now.