fbpx

ଯବାନର ପ୍ରିଭ୍ୟୁ ଭିଡିଓ ରିଲିଜ୍ ହେବା ପର ଠାରୁ ଚର୍ଚ୍ଚାରେ ଶାହରୁଖଙ୍କ ମୁଣ୍ଡର ଟାଟୁ , ଏବେ ଏହାର ଅର୍ଥ ଜଣାଇଲେ ଟ୍ରେଡ୍ ଆନାଲିଷ୍ଟ

ମୁମ୍ବାଇ: ୧୦ ଜୁଲାଇରେ ଶାହରୁଖ ଖାନଙ୍କ ଅପକମିଂ ମୁଭି ଯବାନର ପ୍ରିଭ୍ୟୁ ଭିଡିଓ ରିଲିଜ୍ ହେବା ପର ଠାରୁ ଏହାକୁ ନେଇ ଚର୍ଚ୍ଚା ଥମୁ ନାହିଁ । ନିର୍ଦ୍ଦେଶକ ଅଟଲୀଙ୍କ ଠାରୁ ଆରମ୍ଭ କରି ଅଭିନେତ୍ରୀ ନୟନତାରାଙ୍କ ପର୍ଯ୍ୟନ୍ତ, ଫିଲ୍ମର ସିନ୍ ଠାରୁ ଆରମ୍ଭ କରି କାହାଣୀ ପର୍ଯ୍ୟନ୍ତ ବିଭିନ୍ନ ଜିନିଷକୁ ନେଇ ଫ୍ୟାନ୍ସ ଫିଲ୍ମ ଉପରେ ଚର୍ଚ୍ଚା ଜାରି ରଖିଛନ୍ତି । ଏହି ଭିଡିଓରେ ଶାହରୁଖଙ୍କୁ ବୋଲ୍ଡ ଲୁକ୍ରେ ଦେଖିବାକୁ ମିଳିଛି ଓ ତାଙ୍କ ମୁଣ୍ଡ ଉପରେ ଥିବା ଟାଟୁକୁ ବି ଫ୍ୟାନ୍ସ ବେଶ୍ ଭଲ ଭାବରେ ନୋଟିସ୍ କରିଛନ୍ତି । ସେବେଠାରୁ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ରହିଛି ଯେ, ଶାହରୁଖ ନିଜ ମୁଣ୍ଡରେ କେଉଁ ଟାଟୁ କରିଛନ୍ତି ।

ଶାହରୁଖ ଖାନ୍ ଙ୍କ ଯବାନ ୭ ସେପ୍ଟେମ୍ବରରେ ସିନେମାଘରେ ରିଲିଜ୍ ହେବ । ଏଥିରେ ଦକ୍ଷିଣୀ ଅଭିନେତ୍ରୀ ନୟନତାରା ମଧ୍ୟ ଅଛନ୍ତି । ଫିଲ୍ମରେ ଆକ୍ସନ, ରୋମାନ୍ସ , ଟ୍ୱିଷ୍ଟ ଓ ଟର୍ଣ୍ଣସ୍ ସବୁକିଛି ଦେଖିବାକୁ ମିଳିବ । ଫିଲ୍ମରେ ଶାହରୁଖଙ୍କ ବୋଲ୍ଡ ଲୁକ୍ ସମସ୍ତଙ୍କୁ ଆକର୍ଷଣ କରିଛି । ତେବେ ବିଶେଷ କରି ତାଙ୍କ ମୁଣ୍ଡରେ ଥିବା ଟାଟୁ ଉପରେ ସମସ୍ତଙ୍କ ଉତ୍ସୁକତା ବଢିଯାଇଛି । ଶାହରୁଖ ମୁଣ୍ଡରେ ବାମ କାନ ଉପରକୁ ସଂସ୍କୃତ ଭାଷାରେ ଟାଟୁ ଖୋଦେଇ କରିଛନ୍ତି । ଏବେ ଟ୍ରେଡ୍ ଆନାଲିଷ୍ଟ ଏହି ଟାଟୁର ଅର୍ଥ ପ୍ରକାଶ କରିଛନ୍ତି । ଟୁୁଇଟ୍ କରି ସେ ଲେଖିଛନ୍ତି ଶାହରୁଖଙ୍କ ମୁଣ୍ଡରେ ଥିବା ଟାଟୁର ଅର୍ଥ ମା’ ଜଗତ ଜନନୀ ଅର୍ଥାତ୍ ମଦର ଅଫ୍ ୱାର୍ଲ୍ଡ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଯବାନ ଏକ ଆକ୍ସନ ଥ୍ରିଲର ମୁଭି ଯାହାକୁ ଅଟଲି ଲେଖିଛନ୍ତି ଓ ନିର୍ଦ୍ଦେଶନା ଦେଇଛନ୍ତି । କୁହାଯାଉଛି ଫିଲ୍ମରେ ଶାହରୁଖ ଡବଲ ରୋଲ୍ ରେ ନଜର ଆସିବେ ।

Get real time updates directly on you device, subscribe now.