କ’ଣ ଆପଣବି ଟ୍ରେନ ଯାତ୍ରା ସମୟରେ ଚା’ ପିଇବାକୁ ପସନ୍ଦ କରନ୍ତି! ଟିକେ ଦେଖି ଦିଅନ୍ତୁ ଏହି Video
ସୋସିଆଲ ମିଡିଆରେ ଘୁରିବୁଲୁଛି ଚା’ ବାଲାର ଭିଡିଓ । ଲୋକେ ଡରରେ ଛାନିଆ ।
ଓଡ଼ିଶା ଭାସ୍କର: ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ପରିସ୍କାର ରହିବା ଏକାନ୍ତ ଆବଶ୍ୟକ । ଖାଦ୍ୟପେୟଠାରୁ ଆରମ୍ଭ କରି ଆସବାବପତ୍ର ପରିସ୍କାର ରଖିବାକୁ ପଡ଼େ । ବସ, ଟ୍ରେନ୍, ପ୍ଲେନ୍ ଯାତ୍ରାରେ ଖାଦ୍ୟପ୍ରେୟ ମିଳିବା ଆଜିକାଲି ସହଜ ହୋଇପଡ଼ିଛି ।
ପରିସ୍କାର ଖାଦ୍ୟ ପରସାଯିବାକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରକାର ଖବର ପ୍ରକାଶ ପାଇଛି । ଯାହାକୁ ନେଇ ଅନେକ ଚର୍ଚ୍ଚା ବିଗତ ଦିନରେ ହୋଇଛି ।
ଟ୍ରେନରେ ଯାତ୍ରା କରିବା ସମୟରେ ଅନେକ ଲୋକ ଚା’ ପିଇବାକୁ ପସନ୍ଦ କରନ୍ତି । ତେବେ ଆପଣ କ’ଣ ଜାଣିଛନ୍ତି ଏ ଚା’ କେମିତି ତିଆରି ହୋଇଛି? ଏଥିରେ କେଉଁ ଜଳ ବ୍ୟବହାର କରାଯାଇଛି ।
ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖାଯାଉଛି ଯେ, ଜଣେ ବ୍ୟକ୍ତି ଚା’ କେଟିଲକୁ ଟ୍ରେନ୍ ଟଏଲେଟ ପାଣିରେ ଧୋଉଛନ୍ତି ।
ପ୍ୟାନ୍ ପାଖରେ ବସି ମଗରେ ପାଣି ଆଣି ଚା’ କେଟିଲକୁ ଧୋଇବାରେ ଲାଗିଛନ୍ତି । ଯାହା ଏବେ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଭିଡିଓଟି ଆପଣ ଦେଖିଲେ ଜାଣିଯିବେ ବାହାର ଖାଦ୍ୟ ଖାଇବା ଦେହ ପାଇଁ ବହୁତ ଖରାପ ।
अगर आप चाय पीने की शौकीन हैं और आप ट्रेन में सफर करते हुए चाय पी लेते हैं
तो यह वीडियो आपके लिए ही है pic.twitter.com/lUcOs9t1L9
— Bhanu Nand (@BhanuNand) June 23, 2025