fbpx

ଗଛରେ ରଶି ଲଗେଇ ଶିକ୍ଷକ ଙ୍କ ଆତ୍ମହତ୍ୟା ।

ସୁଇସାଇଡ଼ ନୋଟ ଜବତ କରିବା ସହିତ ଘଟଣାର ତଦନ୍ତ ଚଲାଇଛି ପୋଲିସ ।

ପଡିଆ,୨୪/୦୩:- ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ସିମିଳିବାଞ୍ଚା ପଞ୍ଚାୟତ ଅଧିନସ୍ତ ଏମ୍.ପି.ଭି:- ୭୦ ନମ୍ବର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିକିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଗ୍ରାମରେ ରାହୁତଗିବା ରବିନ୍ଦ୍ର ନାଥ ସାନା ଏମ୍.ପି.ଭି:- ୭୦ ଗ୍ରାମ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ଗତକାଲି ରାତିରେ କୌଣସି କାରଣରୁ ଏମ୍.ପି.ଭି:- ୭୦ ଗାଁ ଠାରୁ ପ୍ରାୟ ୫୦୦ ମିଟର ଦୂର ରାସ୍ତା ପାର୍ଶ୍ଵରେ ଥିବା ଏକ ଗଛରେ ଗାମୁଛା ଲଗାଇ ଆତ୍ମାହତ୍ୟା କରି ଝୁଲନ୍ତା ଅବସ୍ଥାରେ ଥିବା ଆଜି ସକାଳେ ସ୍ଥାନିୟ ଲୋକମାନେ ଦେଖିବା ପରେ ଏ ସମ୍ପର୍କରେ ତାଙ୍କ ପରିବାର ଲୋକ ଓ ଗ୍ରାମ ବାସୀଙ୍କୁ ସୂଚନା ଦେଇଥିଲେ । ମୃତ ଶିକ୍ଷକ ରବିନ୍ଦ୍ର ସାନାଙ୍କ ବଡ ଭାଇ ଏମ୍.ଭି:- ୭୯ ଥାନରେ ଲିଖିତ ଏତଲା ପ୍ରଦାନ କରିଥିଲେ । ଉକ୍ତ ଏତଳାକୁ ଭିତ୍ତିକରି ଏମ୍.ଭି:- ୭୯ ଥାନା ଭାରପ୍ରାପ୍ତ ଅଧିକାରୀ ରୋହନ ଖୁଜୁରଙ୍କ ନିର୍ଧେଶକ୍ରମେ ଏ ଏସ ଆଇ ଗଣେଶ ପତ୍ତମୟକ ଓ ଅନ୍ୟ ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ । ମୃତ ଶିକ୍ଷକ ଙ୍କ ନିକଟରୁ ଚାରି ପୃଷ୍ଠାର ସୁଇସାଇଡ଼ ନୋଟ ଜବତ କରିଛି ପୋଲିସ । ଏ ନେଇ ପୋଲିସ ପକ୍ଷର ୨୮/୨୦୨୧ ରେ ଥାନାରେ ଏକ ମାମଲା ରୁଜୁ କରିବା ସହିତ ଘଟଣା ର ତଦନ୍ତ ଚଳାଇଛି ପୋଲିସ । ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ନାମରେ ଏକ ବର୍ଷ ପୂର୍ବେ ଏକ କାର କିଣିଥିଲେ । ଉକ୍ତ କାର ଟିକୁ ତାଙ୍କ ଭାଇଙ୍କ ଶଳା ନେଇ ଚଳାଉଥିବା ବେଳେ ଫାଈନାନ୍ସ ପଇସା ଆଦୌ ଜମା କରୁ ନଥିଲେ।ଫଳରେ ଉକ୍ତ ଗାଡିର ଫାଈନାନ୍ସ ପଇସା ଶିକ୍ଷକ ଙ୍କ ଦରମାଉ କଟୁଥିଲା । ଏ ନେଇ ତାଙ୍କ ଭାଇଙ୍କ ଶାଳା ଏବଂ ତାଙ୍କ ପରିବାର ଲୋକଙ୍କୁ ବହୁବାର କହିବା ପରେ ମଧ୍ୟ ସେମାନେ କର୍ଣପାତ କରିନଥିଲେ । ଶେଷରେ ନିରାଶ ହୋଇ ଶିକ୍ଷକ ଜଣକ ଆତ୍ମହତ୍ୟା କରିଥିବା ଉକ୍ତ ସୁଇସାଇଡ଼ ନୋଟରେ ଉଲ୍ଲେଖ ଥିବା ଜଣାପଡିଛି । ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ରୋହନ ଖୁଜୁର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.