ବ୍ରହ୍ମପୁର: ଖୋଲା ଡ୍ରେନ ସାଜିଲା କାଳ। ବର୍ଷା ଦିନ ହେଲା ମୁକୁଳା ଡ୍ରେନ ଜୀବନ ନେଲା। ଏଥର କୌଣସି ଛୋଟ ପିଲା ନୁହେଁ ବରଂ ଜଣେ ପ୍ରାପ୍ତ ବୟସ୍କ ଶିକ୍ଷକଙ୍କ ଜୀବନ ନେଇଛି ଖୋଲା ଡ୍ରେନ୍।
ଏହି ଅଘଟଣ ବ୍ରହ୍ମପୁରର MKCG ପାଖ ମୁକୁଳା ଡ୍ରେନରେ ଘଟିଛି। ଯେହେତୁ କିଛି ଦିନ ହେବ ବର୍ଷା ଲାଗି ରହିଛି, ତେଣୁ ସ୍କୁଟି ନେଇ ଆସିବା ବେଳେ ଶିକ୍ଷକଙ୍କ ଗାଡ଼ିର ଚକା ସ୍ଲିପ୍ କରିଥିଲା।
ଫଳରେ ଶିକ୍ଷକ ଜଣକ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ମୁକୁଳା ଡ୍ରେନରେ ପଡିଯାଇଥିଲେ। ଯେଉଁଥିରୁ ସେ ଆଉ ବାହାରକୁ ବାହାରି ପାରିନଥିଲେ।
ପରେ ସ୍ଥାନୀୟ ଲୋକେ ବହୁତ ଚେଷ୍ଟା ପରେ ଶିକ୍ଷକଙ୍କୁ ଡ୍ରେନରୁ ଉଦ୍ଧାର କରିଥିଲେ। ଆଉ ସଙ୍ଗେ ସଙ୍ଗେ MKCG ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ଶିକ୍ଷକଙ୍କୁ ମୃତ ଘୋଷଣା କରିଥିଲେ।