(video): ଷ୍ଟୁଡେଣ୍ଟଙ୍କ ମା’ଙ୍କୁ କମେଣ୍ଟ ମାରୁଥିଲେ, ବିରୋଧ କରିବାରୁ ଟେକି ଫୋପାଡ଼ିଦେଲେ…

ୱାଶିଂଟନ୍: ସୋସିଆଲ ମିଡିଆ ଗୋଟେ ଏମିତିକା ପ୍ଲାଟଫର୍ମ ଯେଉଁଠାରେ ନାନା ରକମର ଭିଡିଓ ଓ ଫଟୋ ଦେଖିବାକୁ ମିଳେ । ଦେଶ, ବିଦେଶ ଚାରିଆଡ଼ର ଖବର ଆଜିକାଲି ସୋସିଆଲ ମିଡିଆରେ ସହଜରେ ଉପଲବ୍ଦ । ବର୍ତ୍ତମାନ ସମୟରେ ଘଟଣା ଘଟିବାର ମାତ୍ର କେଇ ମିନିଟରେ ଭିଡିଓସବୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛିି, ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ମଧ୍ୟ ଜୋର୍ ଧରିଛି । ଆମେରିକାସ୍ଥିତ ଜର୍ଜିଆର ଏ ଭିଡିଓ । ଜଣେ ବ୍ୟକ୍ତି ଅନ୍ୟ ଜଣେ ପିଲାକୁ ଟେକି ଫୋପାଡ଼ୁ ଥିବାର ଭିଡିଓରେ ଦେଖିବାକୁ ମିଳିଛି ।

ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ଜର୍ଜିଆ ସ୍କୁଲର ପିଟି ଟିଚର । ଆଉ ପିଲାଟି ହେଉଛି ସେହି ସ୍କୁଲର ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଛାତ୍ର । ଖବର ମୁତାବକ ଶିକ୍ଷକ ଜଣକ ଛାତ୍ରଙ୍କ ମା’ଙ୍କ ସମ୍ପର୍କରେ କିଛି ଆପତ୍ତିଜନକ କମେଣ୍ଟ କରିଥିଲେ, ଯାହାକୁ ପିଲାଟି ବିରୋଧ କରିଥିଲା । ଏ ସମ୍ପର୍କରେ ଉଭୟ ସାର୍ ଓ ଛାତ୍ରଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ହେବା ପରେ ଶିକ୍ଷକ ଜଣକ ହଠାତ୍ ରାଗିଯାଇ, ଛାତ୍ରଙ୍କୁ ଟେକି ଫୋପାଡ଼ି ଦେଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭଇରାଲ ବେହାରେ ଲାଗିଛି । ଏ ସମ୍ପର୍କରେ ଛାତ୍ରଙ୍କ ମା’ ଶିକ୍ଷକଙ୍କୁ ନିନ୍ଦା କରିବା ସହ ସେ ଯେଉଁ କାମ କରିଛନ୍ତି ତା’ ପାଇଁ ପିଟି ସାର୍ ଜେଲ ଯିବା ଦରକାର ବୋଲି କହିଛନ୍ତି । ଅନ୍ୟପକ୍ଷେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ୨ ପ୍ରକାର ପ୍ରତିକ୍ରିୟା ସାମ୍ନାକୁ ଆସିଛି । କିଛି ଲୋକ ସାରଙ୍କ ଏ ପ୍ରକାର କାର୍ଯ୍ୟକୁ ନିନ୍ଦା କରିଛନ୍ତି । ଆଉ କିଛି ଜଣ ଆଜିକାଲିର ଛାତ୍ର ଜଣଙ୍କ ସାରଙ୍କୁ ସମ୍ମାନ ଦେଉ ନ ଥିବା କମେଣ୍ଟରେ ଜଣାଇଛନ୍ତି ।