ଭୁବନେଶ୍ୱର: ମେ’ ୧୫ରୁ ଜୁନ୍ ୧୫ ମଧ୍ୟରେ ଶିକ୍ଷକ ବଦଳି ପ୍ରକ୍ରିୟା ଆରମ୍ଭ କରାଯିବ । ଶିକ୍ଷକ ବଦଳି ସୁପାରିସ କରିପାରିବେ ଏମପି/ବିଧାୟକ ।
ସର୍ବାଧିକ ୧୫ ଜଣ ଶିକ୍ଷକଙ୍କ ବଦଳି ସୁପାରିସ କରିପାରିବେ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି ।
ବିଭାଗ ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦୋକଙ୍କୁ ଚିଠି ଲେଖାଯାଇଥିବା ସୂଚନା । ନିଜ ନିର୍ବାଚନ ମଣ୍ଡଳୀରେ ବଦଳି ସୁପାରିସ କରିପାରିବେ ବିଧାୟକ ଏବଂ ସାଂସଦ ।
ବଦଳି ନେଇ ସୁପାରିସ ପତ୍ର ଜିଲ୍ଲାପାଳଙ୍କୁ ଦାଖଲ କରିବେ । ମେ’୧୫ରୁ ଜୁନ୍ ୧୫ ଭିତରେ ବଦଳି ପ୍ରସ୍ତାବ ସହ କାର୍ଯ୍ୟକାରୀ ହେବ ।