ସାରଙ୍କ କାରନାମାକୁ ଦେଖିଦେଲା ଛାତ୍ର, ତା ପରେ ସାରଙ୍କୁ ସମ୍ଭାଳେ କିଏ, ପିଲାର ପିଠିରେ ଖୋଳିଲେ ପୋଖରୀ
ମୋବାଇଲରେ ପର୍ଣ୍ଣ ମୁଭି ଦେଖିବାରେ ନିମଗ୍ନ ହୋଇଯାଇଥିଲେ । ଛାତ୍ର ସାରଙ୍କ କାରନାମାକୁ ଦେଖିଦେଇଥିଲେ ।
ଝାନ୍ସି- ଶ୍ରେଣୀ ଭିତରେ ସାର ପାଠ ପଢାଇବା ବେଳେ ଦେଖିଥିଲେ ପର୍ଣ୍ଣ ଭିଡିଓ । ଭିଡିଓରେ ମଜି ଯାଇଥିଲେ । ଠିକ ଏତିକି ବେଳକୁ ଛାତ୍ର ଜଣେ ଆସି ପହଞ୍ଚିଗଲା ଓ ସାରଙ୍କ କାମରେ ବାଧ ଠିଆକଲା । ତା ପରେ ସାରଙ୍କୁ ସମ୍ଭାଳେ କିଏ । ମାତ୍ର ୮ ବର୍ଷର ଏହି ଛାତ୍ର ପିଠିରେ ଖୋଲିଦେଲେ ପୋଖରୀ ।
ସୂଚନା ମୁତାବକ, ଉତ୍ତର ପ୍ରଦେଶର ଝାନ୍ସିରେ ଏପରି ଘଟଣା ଘଟିଛି । ସ୍କୁଲ ଚାଲିଥିବା ବେଳେ ଶିକ୍ଷକ ଜଣକ ମୋବାଇଲରେ ପର୍ଣ୍ଣ ମୁଭି ଦେଖିବାରେ ନିମଗ୍ନ ହୋଇଯାଇଥିଲେ । ଠିକ ଏହି ସମୟରେ ୨ୟ ଶ୍ରେଣୀର ଛାତ୍ର ଶିକ୍ଷକଙ୍କ ନିକଟକୁ ପାଠ ଦେଖାଇବାକୁ ଯାଇ ସାରଙ୍କ କାରନାମାକୁ ଦେଖିଦେଇଥିଲେ ।
ସାର ପିଲାଟି ଆଗରେ ଧରା ପଡିବା ପରେ ଆଗ ପଛ ନ ଭାବି ପିଲାଟିକୁ ପିଟିବା ଆରମ୍ଭ କରିଦେଇଥିଲେ । ଖାଲି ମାଡ ତ ମାରି ନ ଥିଲେ ମୁହଁକୁ ଯେଉଁ ଭାଷା ଆସିଲା କହିଥିଲେ ଛୋଟ ଛୁଅଟିକୁ । ତା ମୁଣ୍ଡକୁ କାନ୍ଥରେ ପିଟିଦେଲେ ।
ପିଲାଟି ଘରକୁ କାନ୍ଦି କାନ୍ଦି ଯିବାରୁ ମା ଯେତେବେଳେ ପଚାରିଲେ କଣ ହୋଇଛି, ସେ କହିଥିଲା ସବୁ କଥା । ଏହା ପରେ ସେହି ପିଲାର ବାପା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।