fbpx

ବଡ ଖବର, ଗ୍ରୀଷ୍ମ ଛୁଟିରେ ବି ସ୍କୁଲକୁ ଆସିବେ ଶିକ୍ଷକ; ମେ’ ୪ ପର୍ଯ୍ୟନ୍ତ ଚାଲିବ କାମ

ଭୁବନେଶ୍ୱର: ପ୍ରଚଣ୍ଡ ଖରା ଏବଂ ବର୍ଦ୍ଧିତ ତାପମାତ୍ରାକୁ ଦେଖି ରାଜ୍ୟର ସମସ୍ତ ସ୍କୁଲ ବନ୍ଦ କରିଛନ୍ତି ସରକାର । ପିଲାମାନଙ୍କ ସୁରକ୍ଷା ପାଇଁ ଆଗୁଆ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରାଯାଇଛି । କିନ୍ତୁ ଏହି ଛୁଟି କେବକଳ ପିଲାମାନଙ୍କ ମଧ୍ୟରେ ସୀମିତ ରଖି ଦେଇଛନ୍ତି ସରକାର । କାରଣ ଏ ନେଇ ଆଉ ଏକ ବଡ ଘୋଷଣା ହୋଇଛି । ଏହି ଛୁଟି ସମୟରେ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ଛୁଟି ବାତିଲ କରାଯାଇଛି ।

ଆସନ୍ତା ମେ’୪ ତାରିଖ ପର୍ଯ୍ୟନ୍ତ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ସମେତ ସ୍କୁଲର ରୋଷେୟା ଏବଂ ସହାୟିକାମାନେ ମଧ୍ୟ ସ୍କୁଲକୁ ଆସିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଧାର୍ଯ୍ୟ ସମୟରେ ଆସି ସ୍କୁଲରେ ସମସ୍ତ କାର୍ଯ୍ୟ କରିବାକୁ କୁହାଯାଇଛି । ସ୍କୁଲରେ ନାମଲେଖା, ବିନିଯୋଗ ପ୍ରମାଣପତ୍ର ବା ୟୁସି, ଟାଇମଟେବୁଲ ସାମତ ଅନ୍ୟ ସମସ୍ତ କାର୍ଯ୍ୟ ଜାରି ରହିଥିବାରୁ ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କ ଛୁଟିକୁ ବାତିଲ କରାଯାଇଛି । ସେହିପରି ରୋଷେୟା ମଧ୍ୟ ମଧ୍ୟାହ୍ନ ଭୋଜନକୁ ନେଇ ସମସ୍ତ କାର୍ଯ୍ୟର ତଦାରଖ ପାଇଁ ଏହି ସମୟରେ ସ୍କୁଲକୁ ଆସିବେ ରୋଷେୟା । ଏଥିପାଇଁ ସମସ୍ତ ସାମଗ୍ରୀ ମହଜୁଦ ରଖିବା ସହ ସ୍ୱଚ୍ଛତା, ଗ୍ୟାସ, କିଚେନ ସେଡ୍, ଶୌଚାଳୟ ଇତ୍ୟାଦି ସୁବିଧାର ତଦାରଖ କରିାକୁ ହେବ । ତେଣୁ ଉଚିତ ସମୟରେ ଆସି ଏସବୁ ଉପରେ ତଦାରଖ କରିବାକୁ କୁହାଯାଇଛି । ତେବେ ମେ’୪ ତାରିଖ ପରେ ଶିକ୍ଷକ-ଶିକ୍ଷୟତ୍ରୀ ରୋଷ୍ଟର ଡ୍ୟୁଟି କରିବେ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.