ଶିକ୍ଷକ ଶବ୍ଦରେ ଲାଗିଲା କଳଙ୍କ, ବର୍ଷ ବର୍ଷ ଧରି ବ୍ଲାକମେଲ୍ କରିବା ସହ ୧୫ ବର୍ଷୀୟ ନାବାଳିକାକୁ କରୁଥିଲା ଦୁଷ୍କର୍ମ

ବର୍ଷେ କି ଦୁଇ ବର୍ଷ ନୁହଁ। ତିନି ବର୍ଷ କାଳ ନାବାଳିକାକୁ ଧମକ ଚମକ ଦେଇ ଦୁଷ୍କର୍ମ କରୁଥିଲା ଶିକ୍ଷକ। ସାମ୍ନାକୁ ଆସିଲା ସତ।

ନୂଆଦ୍ଲିଲୀ: ବାରମ୍ୱାର ଝିଅ ମାନେ ହେଉଛନ୍ତି ନିର୍ଯ୍ୟାତିତ। ଏମିତି ଅନେକ ଘଟଣା ସାମ୍ନାକୁ ଆସୁଛି। ହେଲେ ନିର୍ଯ୍ୟାତନା ଆଉ ଦୁଷ୍କର୍ମ ଘଟଣା କମିବା ବଦଳରେ ବଢି ବଢି ଚାଲିଛି। କେତେବେଳେ ଜଣେ ଝିଅ ନିଜ ସମ୍ପର୍କୀୟଙ୍କ ପାଖରୁ ଦୁଷ୍କର୍ମର ଶିକାର ହେଲାଣି ତ ଆଉ କେତେବେଳେ ନିଜ ଶିକ୍ଷକଙ୍କ ପାଖରୁ।

ଠିକ୍ ସେହିପରି ଏକ ଘଟଣା ସାମ୍ନାକୁ ଆସିଛି। ଯାହାକି ଦିଲ୍ଲୀର ବୋଲି ସୂଚନା ମିଳିଛି। ଜଣେ ଶିକ୍ଷକ ଗୁରୁ ନାଁରେ କଳଙ୍କର ଦାଗ ଲଗେଇ ଦେଇଛନ୍ତି। ଜଣେ ୧୫ ବର୍ଷୀୟ ନାବାଳିକାକୁ ଥରେ କି ଦୁଇଥର ନୁହେଁ ବରଂ ବର୍ଷ ବର୍ଷ ଧରି ନିର୍ଯ୍ୟାତନା ଦେବା ସହ ଦୁଷ୍କର୍ମ କରିଆସିଛନ୍ତି। ଯାହାର ସତ ଏବେ ସାମ୍ନାକୁ ଆସିଛି।

ଗୁରୁ ନାଁରେ କଳଙ୍କ: ତେବେ ଗୁରୁ ହେଉଛନ୍ତି ସେ ଯାହାଙ୍କୁ ଆମେ ଭଗବାନ ଭାବି ପୂଜା କରନ୍ତି। କାରଣ ସେହିଁ ଆମର ଭବିଷ୍ୟତ ଗଢିବାରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି। ଆଉ ଯେତେବେଳେ ସେହି ଶିକ୍ଷକ ଗୁରୁ ନାଁରେ ରାକ୍ଷସ ପାଲଟିଯାନ୍ତି ତାହାଲେ ଆମେ କାହା ଉପରେ ବିଶ୍ୱାସ କରିବା।

ଠିକ୍ ସେହିପରି ଦିଲ୍ଲୀର ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଟ୍ୟୁସନ୍ ଶିକ୍ଷକ ୨୦୨୨ରୁ ୨୦୨୫ ମଧ୍ୟରେ ଏକାଧିକ ଥର ତାଙ୍କୁ ଦୁଷ୍କର୍ମ କରିବା ସହ ମାନସିକ ନିର୍ଯାତନା ଦେଇ ଚାଲିଥିଲେ। ସେ ପ୍ରାୟ ସବୁ ଦିନ ତାଙ୍କୁ ଧମକଚମକ ଦେଇ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ।

ଜଣା ପଡିଲା ସତ: ତେବେ ଏହି ଘଟଣାଟି ଦୀର୍ଘ ଦିନ ହେବ ଘଟି ଚାଲିଥିଲେ ମଧ୍ୟ। ଛାତ୍ରୀ ଜଣଙ୍କ ଶିକ୍ଷକଙ୍କ ଭୟରେ ମୁହଁ ଖୋଲୁ ନଥିଲେ। ୨୦୨୨ରୁ ଶିକ୍ଷକ ଜଣଙ୍କ ନାବାଳିକା ଛାତ୍ରୀଙ୍କୁ ନିର୍ଯାତନା ଦେଉଥିଲେ ମଧ୍ୟ ସେ ଚୁପଚାପ ସବୁ ସହି ଯାଉଥିଲେ।

କିନ୍ତୁ ଏବେ ଶିକ୍ଷକଙ୍କ ନିର୍ଯାତନା ବଢ଼ିବାରେ ଲାଗିଥିଲେ। ସେ ପ୍ରାୟ ସବୁ ଦିନ ତାଙ୍କୁ ଧମକଚମକ ଦେଇ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। କିନ୍ତୁ ପୀଡ଼ିତା ଜଣଙ୍କ ଏହାକୁ ସହି ନ ପାରି ପ୍ରଥମେ ତାଙ୍କ ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇଥିଲେ। ବୁଧବାର ଦିନ ପୀଡ଼ିତା ଓ ତାଙ୍କ ବାପା ଥାନକୁ ଆସିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

କିପରି ଥିଲା ପୂରା ଘଟଣା: ସୂଚନାନୁସାରେ, ଦିଲ୍ଲୀର ଏକ କୋଚିଂ ସେଣ୍ଟରରେ ପୀଡିତା ଜଣଙ୍କ ୨୦୨୨ ମସିହାରେ ଆଡମିସନ୍ କରିଥିଲେ। ଆଉ ସେବେଠାରୁ ନାବାଳିକା ଛାତ୍ରୀ ଉପରେ ସେହି କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କର ଲୋଲୁପ ଦୃଷ୍ଟି ଥିଲା।

ତେଣୁ ସେ ଝିଅକୁ ଧମକଚମକ ଦେଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ବିଚାରୀ ଛାତ୍ରୀ ଜଣଙ୍କ ଶିକ୍ଷକଙ୍କ କଥାରେ ଡରିଯାଇ କିଛି କହିପାରିଲା ନାହିଁ। ଏମିତି ଥରେ କି ଦୁଇ ଥର ନୁହେଁ। ଛାତ୍ରୀ ଜଣକ ୨୦୨୨ ରୁ ୨୦୨୫ ପର୍ଯ୍ୟନ୍ତ ସେହି କୋଚିଂ ସେଣ୍ଟରରେ ପାଠ ପଢୁଥିଲେ।

ତେଣୁ ଜହ୍ଲାଦ ଶିକ୍ଷକ ତିନି ବର୍ଷ ଧରି ନାବାଳିକା ଝିଅକୁ ମାନସିକ ନିର୍ଯ୍ୟାତନା ଦେବା ସହ ଦୁଷ୍କର୍ମ କରିଚାଲିଥିଲା। ହେଲେ ଶିକ୍ଷକର ନିର୍ଯ୍ୟାତନା ଦିନକୁ ଦିନ ବଢି ବଢି ଚାଲିଲା। ଯାହାକୁ ସହ୍ୟ କରିବା ଛାତ୍ରୀ ପକ୍ଷରେ ସମ୍ଭବ ହେଲା ନାହିଁ। ତେଣୁ ସାହାସ ଜୁଟାଇ ପ୍ରଥମେ ବାପା ମା ଙ୍କୁ ଏହି ଘଟଣା ସମ୍ପର୍କରେ ଜଣାଇଲେ।

ପୋଲିସର ତଦନ୍ତ: ଆଉ ବୁଧବାର ଦିନ ପୀଡ଼ିତା ଓ ତାଙ୍କ ବାପା ଥାନାକୁ ଆସିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ପୋଲିସର କହିବା କଥା, ନାବାଳିକା ଜଣଙ୍କ ଅଭିଯୁକ୍ତ ଶିକ୍ଷକ ଜଣଙ୍କ ଚଳାଇଥିବା କୋଚିଂ ସେଣ୍ଟରରେ ୨୦୨୨ରୁ ୨୦୨୫ ଯାଏ କ୍ଲାସ କରିଥିଲେ।

ଏହି ସମୟରେ ଶିକ୍ଷକ ଜଣଙ୍କ ତାଙ୍କୁ ମାନସିକ ନିର୍ଯାତନ ଦେବା ଟ୍ୟୁସନ ସେଣ୍ଟର ମଧ୍ୟରେ ଏକାଧିକ ଥର ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କୁ ଧମକଚମକ ଦେବା ସହ ବ୍ଲାକମେଲ କରୁଥିଲେ। ଏନେଇ ମାମଲା ରୁଜୁ ହେବା ସହ ତଦନ୍ତ ଆରମ୍ଭ ହୋଇଛି।