fbpx

ଦ୍ରାବିଡ଼ଙ୍କ ଜୋଶ, କୋହଲିଙ୍କ ହସ, ଟିମ୍ ଇଣ୍ଡିଆର ଉତ୍ସବ: ବିଜୟର ଏହି Videoକୁ ଜମାରୁ ମିସ୍ କରନ୍ତୁନି!

ନୂଆଦିଲ୍ଲୀ: ୨୦୨୧ ମସିହା ଅକ୍ଟୋବର ୨୪, ଭାରତ ପାଇଁ ଏକ କଳାଦିବସ ଥିଲା । ଏହି ଦିନ ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ନିକଟରୁ ଲଜ୍ଜାଜନକ ଭାବେ ପରାଜୟ ବରଣ କରିଥିଲା । ଟି-୨୦ ବିଶ୍ୱକପର ଉକ୍ତ ମ୍ୟାଚରେ ପାକିସ୍ତାନ ଭାରତକୁ ୧୦ ୱିକେଟରେ ପରାସ୍ତ କରିଥିଲା । ଏହି ପରାଜୟ ପରେ ପୁଣି କେବେ ଦୁଇ ଦେଶ ମୁହାଁମୁହିଁ ହେବେ ସେ ନେଇ ଫ୍ୟାନ୍ସ ଓ ଟିମ୍ ଇଣ୍ଡିଆର ଖେଳାଳିମାନେ ଉତ୍ସୁକତାର ସହ ଚାହିଁ ରହିଥିଲେ ।

ଟି-୨୦ ବିଶ୍ୱକପର ହିସାବ ବରାବର କରିବା ଲକ୍ଷ୍ୟରେ ରହିଥିବା ଭାରତ । ତେବେ ଶେଷରେ ସେ ସୁଯୋଗ ଆସିଲା ୨୦୨୨ ମସିହା ଅକ୍ଟୋବର ୨୩ ତାରିଖରେ । ଟିମ୍ ଇଣ୍ଡିଆ ଫ୍ୟାନ୍ସଙ୍କୁ ନିରାଶା କରିନଥିଲା । ପାକିସ୍ତାନ ବିପକ୍ଷରେ ଧମାକାଦାର ବିଜୟ ହାସଲ କରି ଫ୍ୟାନ୍ସଙ୍କୁ ଦିପାବଳୀ ଉପହାର ଦେଇଥିଲା । ଭାରତୀୟ ଟିମର ଏହି ବିଜୟ କାହାଣୀରେ ଭରି ରହିଥିଲା ଡ୍ରାମା, ଆକ୍ସନ ଓ କ୍ଲାଇମାକ୍ସ । ଏହି ମ୍ୟାଚ କେବଳ ପଡ଼ିଆ ମଧ୍ୟରେ ସୀମିତ ରହିନଥିଲା । ଟିଭି ସାମ୍ନାରେ ବସିଥିବା କୋଟି କୋଟି ଫ୍ୟାନ୍ସଙ୍କ ହୃଦୟର ସ୍ପନ୍ଦନକୁ ମଧ୍ୟ ବଢ଼ାଇ ଦେଇଥିଲା ।
ସମସ୍ତେ ଟିଭି ଆଗରେ ବସି ଈଶ୍ୱରଙ୍କୁ ଭାରତର ବିଜୟ ପାଇଁ ପ୍ରାର୍ଥନା କରୁଥିଲେ । ତେବେ ଭାରତର ଏହି ବିଜୟ ପରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏକ ସ୍ୱତନ୍ତ୍ର ଭିଡିଓ ଶେୟାର କରିଛି । ଏହି ଭିଡିଓରେ ରାହୁଲ ଦ୍ରାବିଡ଼ଙ୍କ ଆକ୍ରାମକ ରୂପ ଠାରୁ ଆରମ୍ଭ କରି ବିରାଟ କୋହଲିଙ୍କ ଦୀର୍ଘ ନିଃଶ୍ୱାସ ନଜରରେ ଆସିବ । କୋହଲି ସିଙ୍ଗଲ ରନ୍ ନେଇ ସାରିବା ପରେ ଡଗ୍ ଆଉଟରେ ଦୁଇ ଖେଳାଳି ପରସ୍ପର ସହ ଆଲିଙ୍ଗନ କରିଥିଲେ ।

ଦ୍ରାବିଡ଼ଙ୍କ ଚେହେରାରେ ଆକ୍ରମଣାତ୍ମକ ଭାବ ଓ କୋହଲିଙ୍କ ଚେହେରାରେ ଆଶ୍ୱସ୍ତିଭରା ଝଲକା ବାରି ହୋଇ ପଡ଼ୁଥିଲା । କୋହଲି ମ୍ୟାନ୍ ଅଫ୍ ଦି ମ୍ୟାଚ ଟ୍ରଫି ନେଇ ଫେରୁଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କୁ ଗ୍ରାଉଣ୍ଡରେ ରାଉଣ୍ଡ ଲଗାଇବାକୁ କହିଥିଲେ । ବିଜୟ ଖୁସି ସଫାସଫା ବାରି ହୋଇ ପଡ଼ୁଥିଲା । ଶେଷରେ ଟିମ୍ ଇଣ୍ଡିଆ ଫ୍ୟାନ୍ସଙ୍କର ଏକ ବର୍ଷର ପ୍ରତୀକ୍ଷାକୁ ପୂରଣ କରିବାରେ ସଫଳ ହୋଇଥିଲା । ଟି-୨୦ ବିଶ୍ୱକପର ପରାଜୟର ପ୍ରତିଶୋଧ ଟି-୨୦ ବିଶ୍ୱରେ ହିଁ ନେଲା ଭାରତ । ଏହି ବିଜୟ ଟିମ୍ ଇଣ୍ଡିଆର ଆଗାମୀ ପଥକୁ ବହୁତ ସହଜସାଧ୍ୟ କରିବାରେ ସହାୟକ ହେବ ।

 

View this post on Instagram

 

A post shared by ICC (@icc)

Get real time updates directly on you device, subscribe now.