IND vs NZ Final: ଚାମ୍ପିୟନ୍ସ ହେବାକୁ ଟିମ ଇଣ୍ଡିଆ ସାମ୍ନାରେ ୨୫୨ ରନର ଲକ୍ଷ୍ୟ

ଚାମ୍ପିୟନ୍ସ ଟ୍ରଫି ୨୦୨୫ ଫାଇନାଲ: ଭାରତକୁ ୨୫୨ରନର ଟାର୍ଗେଟ ଦେଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି 2025 ର ଶେଷ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି 50 ଓଭରରେ 251 ରନ୍ ହାସଲ କରିଛି। କିୱି ଦଳ ଟାଇଟଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ବାହାରିଥିଲା, ଯେଉଁଥିରେ ମିଚେଲ 63 ରନର ଅପରାଜିତ ଇନିଂସ ଖେଳିଥିବାବେଳେ ମାଇକେଲ ବ୍ରେସୱେଲ 53 ରନର ଅପରାଜିତ ଇନିଂସ ଖେଳିଛନ୍ତି। ଭାରତୀୟ ଦଳ ପାଇଁ ବୋଲିଂରେ କୁଲଦୀପ ଯାଦବ ଏବଂ ବରୁଣ ଚକ୍ରବର୍ତ୍ତୀ 2-2 ୱିକେଟ୍ ନେଇଛନ୍ତି।