fbpx

ଟିମ୍ ଇଣ୍ଡିଆ ନଂ-୧: ପାକିସ୍ତାନ ବିପକ୍ଷରେ ଭାରତର ଅପରାଜେୟ ୮-୦ ରେକର୍ଡ

Advertisement

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପର ୧୨ତମ ମ୍ୟାଚରେ ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରି ଅନେକ ରେକର୍ଡ ସ୍ଥାପନ କରିଛି । ବିଶ୍ୱକପରେ ଭାରତ ପୂର୍ବରୁ ୭ ଥର ଜିତିଥିବା ବେଳେ ଏବେ ଉକ୍ତ ରେକର୍ଡ ୮-୦ରେ କାଏମ୍ ରହିଛି । ଏହି ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ହେବ ବୋଲି ଦର୍ଶକମାନେ ଯେଉଁ ଆଶା ବାନ୍ଧି ରହିଥିଲେ ତାହା ଫସର ଫାଟି ଯାଇଥିଲା ।

ଉକ୍ତ ମ୍ୟାଚରେ ଭାରତ ଏକତରଫା ଭାବେ ବିଜୟ ହାସଲ କରିନେଇଥିଲା । ତେବେ ଏହି ମ୍ୟାଚରେ ୧୩ଟି ବଡ଼ ରେକର୍ଡ ସ୍ଥାପିତ ହୋଇଥିଲା । ଅଧିନାୟକ ରୋହିତ ଶର୍ମା ଦିନିକିଆ କ୍ରିକେଟରେ ତୃତୀୟ ସର୍ବାଧିକ ଛକା ମାରିଥିଲେ ପ୍ରଥମ ଭାରତୀୟ ଭାବେ ରୋହିତ ୩୦୦ରୁ ଅଧିକ ଛକା ମାରି ରେକର୍ଡ କରିଛନ୍ତି । ପାକିସ୍ତାନ ଇନିଂସରେ କୌଣସି ଛକା ଦେଖିବାକୁ ମିଳିଥିଲା । ସେହିପରି ଗତ ୧୨ ତାରିଖରେ ଲକ୍ଷ୍ନୌରେ ଅନୁଷ୍ଠିତ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆର ଖେଳାଳିମାନେ କୌଣସି ଛକା ମାରିନଥିଲେ ।

ତେବେ ଏହା ମଧ୍ୟରେ ଭାରତ ଦିନିକିଆରେ ଏକ ନମ୍ବର ଦଳର ମାନ୍ୟତା ହାସଲ କରିଛି । ଗତ ୩ଟି ମ୍ୟାଚରୁ ୩ଟିରେ ଜିତି ଭାରତର ନେଟ୍ ରନ୍ ରେଟ୍ ପ୍ଲସ ୧.୮୨୧କୁ ବୃଦ୍ଧି ପାଇଥିବା ବେଳେ ୩ଟିରୁ ୨ଟିରେ ଜିତି ପାକିସ୍ତାନ ମାଇନସ ୦.୧୩୭ ସହ ଚତୁର୍ଥ ସ୍ଥାନନକୁ ଖସିଆସିଛି । ଏହି ରାଙ୍କିଂରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଓ ଦକ୍ଷିଣ ଆଫ୍ରିକା ତୃତୀୟ ସ୍ଥାନରେ ରହିଛନ୍ତି ।

ଗତ ୧୬ଟି ମ୍ୟାଚରେ ରୋହିତ ୨୭ଟି ଛକା ମାରିଛନ୍ତି । ଦିନିକିଆରେ ଶାହିଦ ଆଫ୍ରିଦି ୩୫୧ଟି ଓ କ୍ରିସ ଗେଲ ୩୩୧ଟି ଛକା ମାରିଥିବା ବେଳେ ରୋହିତ ୩୦୩ରେ ପହଞ୍ଚିଛନ୍ତି । ବିଶ୍ୱକପରେ ଗେଲ ୪୯ଟି, ଏବି ଡିଭିଲିୟର୍ସ ୩୭ଟି, ରୋହିତ ୩୪ଟି ଛକା ମାରିଛନ୍ତି । ପାକିସ୍ତାନ ଗତକାଲି ମାତ୍ର ୩୬ ରନରେ ୮ଟି ୱିକେଟ ହରାଇଥିଲା । ବିଶ୍ୱକପରେ ତୃତୀୟ ଥର ୫ ଜଣ ବୋଲର ୨ଟି ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.