fbpx
BJD
BJD SKY
BJD SKY

ଶାରଦୀୟ ନବରାତ୍ରିର ପ୍ରଥମ ଦିନରେ ମା ଶୈଳପୁତ୍ରୀଙ୍କୁ ପୂଜା କରନ୍ତୁ, ଜାଣନ୍ତୁ କଳସ ସ୍ଥାପନାର ବିଧି ଏବଂ ମୁହୂର୍ତ୍ତ

ଆଜିଠାରୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରି । ବିଭିନ୍ନ ପୀଠରେ ଦୁର୍ଗା ମାଆଙ୍କର ପୂଜା ଚାଲିଛି । ନଅ ଦିନ ଧରି ମାଆଙ୍କ ଏହି ପୂଜା ଚାଲିବ । ତେବେ ହିନ୍ଦୁ ପରମ୍ପରା ଅନୁଯାୟୀ, ନଅଟି ଦିନରେ ମାଆଙ୍କୁ ନଅଟି ରୂପରେ ପୂଜା କରାଯାଏ । ତେବେ ପ୍ରଥମ ଦିନରେ ମାଆ ପାର୍ବତୀଙ୍କୁ ଶୈଳପୁତ୍ରୀ କୁହାଯାଏ । କାରଣ ତାଙ୍କ ପିତା ପର୍ବତରାଜ ହିମାଳୟ ଅଟନ୍ତି । ସେ ଗୋଟିଏ ହାତରେ ତ୍ରୀଶୁଳ ଏବଂ ଅନ୍ୟ ହାତରେ ପଦ୍ମ ଫୁଲ ଧାରଣ କରିଥାନ୍ତି । ଚନ୍ଦ୍ରମା ତାଙ୍କ ମଥାର ଶୋଭା ବଢାଇଥାଏ । ନବରାତ୍ରୀର ଆରମ୍ଭ କଳସ ସ୍ଥାପନାରୁ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ।

ମାନ୍ୟତା ଅନୁଯାୟୀ, କଳସ ସ୍ଥାପନା ସହିତ ମାଆ ଶୈଳପୁତ୍ରୀଙ୍କର ପୂଜା ମଧ୍ୟ ହୋଇଥାଏ । ଯଦି ଆପଣ ନବରାତ୍ରି ପାଳନ କରୁଛନ୍ତି ତେବେ ଏହା କରିବା ନିହାତି ଆବଶ୍ୟକ । କଳସ ସ୍ଥାପନା କରିଲେ ମାଆ ଦୁର୍ଗା ପ୍ରଶନ୍ନ ହୋଇ ସମସ୍ତ ମନଷ୍କାମନା ପୂର୍ଣ୍ଣ କରିଥାନ୍ତି । ତେବେ କଳସ ସ୍ଥାପନାର ଶୁଭ ମୁହୂର୍ତ୍ତ ହେଉଛି ଆଜି ଦିନ ୧୧ଟା ୪୪ ମିନିଟରୁ ୧୨.୩୦ ପର୍ଯ୍ୟନ୍ତ । ଏହି ୪୬ ମିନିଟରେ ଆପଣ କଳସ ସ୍ଥାପନା କରିପାରିବେ ।

ନବରାତ୍ରିର ପ୍ରଥମଦିନରେ ମାଆ ଶୈଳପୁତ୍ରୀଙ୍କର ପୂଜା ହୋଇଥାଏ । ବ୍ରହ୍ମ ମୂହୂର୍ତ୍ତରୁ ଉଠି ଆପଣ ନିଜର ନିତ୍ୟକର୍ମ ସାରି ଠାକୁର ଘରକୁ ପୋଛା ମାରିବେ । ଏହାପରେ ଏକ ଚୌକି ରଖି ତା ଉପରେ ଗଙ୍ଗା ଜଳ ଛିଞ୍ଚିବେ । ଚୌକି ଉପରେ ଏକ ଲାଲ ରଙ୍ଗର କପଡା ବିଛାଇ ଏହା ଉପରେ ମାଆଙ୍କର ଫଟୋ କିମ୍ବା ମୂର୍ତ୍ତି ସ୍ଥାପନା କରିବେ । ଏହାପରେ ମାଆ ଶୈଳପୁତ୍ରୀଙ୍କର ମନ୍ତ୍ର ବୋଲି ସଂକଳ୍ପ ନେବେ । ମାଆଙ୍କୁ ଅକ୍ଷତ, ଧୂପ, ଦୀପ, ଫିଲ, ଫଳ, ମିଠା, ନୈବେଦ୍ୟ ଆଦି ଅର୍ପଣ କରିବେ । ମନଷ୍କାମନା ପୂର୍ଣ୍ଣ ପାଇଁ ମାଆଙ୍କୁ କନିଆରୀ ଫୁଲ ଏବଂ ଗାଈ ଘିଅରେ ପ୍ରସ୍ତୁତ ଭୋଗ ଲାଗାଇବେ । ଯଦି ଆପଣଙ୍କର ଚନ୍ଦ୍ରମା ଦୁର୍ବଳ ଅଛନ୍ତି ତେବେ ଏହି ପୂଜା କରିଲେ ଶୁଭ ଫଳ ମିଳିଥାଏ ।

Get real time updates directly on you device, subscribe now.