ପାକିସ୍ତାନକୁ ଚକମା ଦେଲା ଟିମ ଇଣ୍ଡିଆ: ଏସିଆ କପରେ ଦମ୍ ଦେଖାଇଲା ହରମନ ସେନା

ନୂଆଦିଲ୍ଲୀ: ମହିଳା ଏସିଆ କପ୍-୨୦୨୪ରେ ଦମଦାର ଆରମ୍ଭ କରିଛି ଟିମ ଇଣ୍ଡିଆ । ପାକିସ୍ତାନ ବିପକ୍ଷ ମ୍ୟାଚରେ ଅଲରାଉଣ୍ଡ ପ୍ରଦର୍ଶନରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ବିଜୟ ହାସଲ କରିଛି ହରମନ ସେନା । ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୭ ୱିକେଟରେ ମାତ୍ ଦେଇ ଭାରତ ନିଜ ଦମ୍ ଦେଖାଇଛି । ଦାମ୍ବୁଲାରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପାକିସ୍ତାନ ଉପରେ ଭାରୀ ପଡ଼ିଛି । ପାକିସ୍ତାନର ମାତ୍ର ୧୦୮ ରନର ଲକ୍ଷ୍ୟକୁ ୩୫ ବଲ ବାକି ଥାଇ ହାସଲ କରିବାରେ ସଫଳ ହୋଇଛି ଟିମ ଇଣ୍ଡିଆ । ମହିଳା ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଏହା ଭାରତର ଦଳ ଦ୍ୱାଦଶ ବିଜୟ ହାସଲ କରିଛି ।

ଆଜି ମହିଳା ଏସିଆ କପ୍-୨୦୨୪ର ଦ୍ୱିତୀୟ ମ୍ୟାଚରେ ପାକିସ୍ତାନକୁ ଚକମା ଦେଇଛି ଟିମ ଇଣ୍ଡିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆକୁ ୧୦୯ ରନର ଲକ୍ଷ୍ୟ ଦେଇଥିଲା ପାକିସ୍ତାନ । ତେବେ ପାକିସ୍ତାନର ଏହି ଲକ୍ଷ୍ୟକୁ ଖୁବ ସହଜରେ ହାସଲ କରିଛି ଭାରତ । ଟିମ ଇଣ୍ଡିଆ ପକ୍ଷରୁ ଶେଫାଳି ବର୍ମା ଏବଂ ସ୍ମୃତି ମନ୍ଧାନା ଭାରତକୁ ଦମଦାର ଆରମ୍ଭ ଦେଇଥିଲେ । ଉଭୟ ଦମଦାର ବ୍ୟାଟିଂ କରି ୯.୩ ଓଭରରେ ୮୫ ରନ୍ କରିବା ସହ ଭାରତକୁ ବିଜୟର ଖୁବ ନିକଟତର କରାଇଥିଲେ । ଉଭୟ ଓପନରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଏହି ମ୍ୟାଚକୁ ୧୪.୧ ଓଭରରେ ବିଜୟୀ ହୋଇଛି ।

ଭାରତ ପକ୍ଷରୁ ଶେଫାଳି ବର୍ମା ୨୯ ବଲରୁ ୬ଟି ଚୌକା ଏବଂ ଗୋଟିଏ ଛକା ସହ ୪୦ ରନ୍ କରିଥିବା ବେଳେ ସ୍ମୃତି ମନ୍ଧାନା ୩୧ ବଲରୁ ୯ଟି ଚୌକା ସହିତ ୪୫ ରନ୍ କରି ଟିମ ଇଣ୍ଡିଆକୁ ବିଜୟର ଦ୍ୱାରଦେଶରେ ପହଞ୍ଚାଇଥିଲେ । ତେବେ ଟିମ ଇଣ୍ଡିଆ ପକ୍ଷରୁ ଦିପ୍ତୀ ଶର୍ମା ସର୍ବାଧିକ ୩ଟି ସଫଳତା ପାଇଛନ୍ତି । ,ହାବ୍ୟତୀତ ରେଣୁକା ସିଂହ, ପୂଜା ବସ୍ତ୍ରାକର ଏବଂ ଶ୍ରେୟଙ୍କା ପାଟିଲ ୨ଟି ଲେଖାଏଁ ୱିକେଟ ନେଇ ପାକିସ୍ତାନକୁ ମାତ୍ର ୧୦୮ ରନରେ ଅଲଆଉଟ କରିଛନ୍ତି । ଅନ୍ୟ ପକ୍ଷରେ ପାକିସ୍ତାନର ଆରୁବ ଶାହ ୨ଟି ସଫଳତା ପାଇଥିବା ବେଳେ ନସରା ସାନ୍ଧୁ ଗୋଟିଏ ସଫଳତା ହାସଲ କରିଛନ୍ତି । ସେହିପରି ପ୍ରଥମ ଇନିଂସରେ ବ୍ୟାଟିଂରେ ମଧ୍ୟ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା ପାକିସ୍ତାନ ।

Get real time updates directly on you device, subscribe now.