fbpx

ଆବୁଧାବିରେ ଦିୱାଲି ଧମାକା: ୬୬ ରନରେ ଜିତିଲା ଭାରତ, ସେମି ଆଶା ଉଜ୍ଜୀବିତ

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଫ୍ୟାନ ମାନଙ୍କୁ ବିଜୟ ଭେଟି ଦେଇଛି ଭାରତ । ଆଫଗାନିସ୍ତାନ ବିପକ୍ଷରେ ଦଳ ହାସଲ କରିଛି ବୃହତ ବିଜୟ । ବ୍ୟାଟ୍ସମ୍ୟାନଙ୍କ ଦମଦାର ବ୍ୟାଟିଂ ବଳରେ ୨୧୦ ରନର ବୃହତ ସ୍କୋର କରିବା ପରେ ଆଫଗାନିସ୍ତାନକୁ ୧୪୪ ରନରେ ସୀମିତ ରଖିଥିଲେ ବୋଲର । ମହମ୍ମଦ ଶାମି ବଢିଆ ବୋଲକିଂ ସହିତ ୩ଟି ୱିକେଟ ନେଇଥିଲେ । କରିମ ଜନାତ ଅପରାଜିତ ୪୨ ରନ କରିଥିବା ବେଳେ ମହମ୍ମଦ ନବି ୩୬ ରନ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ଆର ଅଶ୍ୱିନ ମଧ୍ୟ ୧୪ ରନରେ ୨ଟି ୱିକେଟ ଅକ୍ତିଆର କରିଥିଲେ ।

ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ରୋହିତ ଶର୍ମା ଓ କେ ଏଲ୍ ରାହୁଲ ପ୍ରଥମ ୱିକେଟରେ ଶତକୀୟ ଭାଗିଦାରୀ କରିଥିଲେ । ୧୪୦ ରନର ଭାଗିଦାରୀ ପରେ ରୋହିତ ପ୍ୟାଭିଲିୟନ ଫେରିଥିଲେ । ୭୪ ରନ କରିଥିବା ରୋହିତ ୪୭ ବଲ ଖେଳିଥିବା ବେଳେ ଏହା ମଧ୍ୟରେ ୮ ଚୌକା ଓ ୩ ଛକା ମାରିଥିଲେ । ଅଳ୍ପ ବ୍ୟବଧାନରେ ରାହୁଲ ପ୍ୟାଭିଲିୟନ ଫେରିଥିବା ବେଳେ ୪୮ ବଲ ଖେଳି ୬୯ ରନ କରିଥିଲେ । ଏହା ମଧ୍ୟରେ ୬ ଚୌକା ଓ ୨ ଛକା ସାମିଲ ଥିଲା । ଶେଷ ଆଡକୁ ଋଷଭ ପନ୍ତଙ୍କମ ୧୩ ବଲ ୨୭ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୧୩ ବଲ ୩୫ ବଳରେ ଭାରତ ୨୧୦ ରନ କରିଥିଲା । ଆଫଗାନ ପକ୍ଷରୁ ଗୁଲବଦିନ ନାଏବ ଏବଂ କରିମ ଜନାତ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.