fbpx

ବିଶ୍ୱକପ ସେମି ଫାଇଟ୍: ଟସ୍ ଜିତିଲା ଭାରତ, ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପରେ ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ । ଏନେଇ ଦୁଇ ଟିମର ଅଧିନାୟକ ଓ ଖେଳାଳିମାନେ ପ୍ରସ୍ତୁତ ହୋଇ ରହିଛନ୍ତି । ଭାରତ ଏଥର ଘରୋଇ ମାଟିର ଫାଇଦା ଉଠାଇବାକୁ ପ୍ରୟାସ କରିବ । ଗତ ୨୦୧୯ ବିଶ୍ୱକପରେ ପ୍ରତିଶୋଧ ନେଇ ଫାଇନାଲରେ ପ୍ରବେଶ ପାଇଁ ଲକ୍ଷ୍ୟ ରଖିଛି ଭାରତ ।

ଭାରତର ପ୍ଲେଇଂ ୧୧- ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ (ୱିକେଟ କିପର), ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡ଼େଜା, ମହମ୍ମଦ ଶାମୀ, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ । ଆଜି ପ୍ଲେଇଂ-୧୧ରେ ପରିବର୍ତ୍ତନ ନେଇ କିଛି ଚର୍ଚ୍ଚା ହେଉଥିଲେ ହେଁ ସେଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

ଚଳିତ ବିଶ୍ୱକପରେ ଭାରତ ବର୍ତ୍ତମାନ ସୁଦ୍ଧା ଅପରାଜେୟ ରହିଛି । ମୋଟ ୯ଟି ମ୍ୟାଚରୁ ଭାରତ ୯ଟିରେ ଜିତି ୧୮ ପଏଣ୍ଟ ପାଇ ପଏଣ୍ଟ ଟେବୁଲରେ ଟପରେ ରହିଛି । ସେହିପରି ୯ଟି ମ୍ୟାଚରୁ ୭ଟି ଲେଖାଏଁ ଜିତି ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ୧୪ ପଏଣ୍ଟ ଲେଖାଏଁ ହାସଲ କରି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଚତୁର୍ଥ ସ୍ଥାନରେ ରହିଥିବା ନ୍ୟୁଜିଲାଣ୍ଡ ୯ଟି ମ୍ୟାଚରୁ ୫ଟିରେ ଜିତି ୧୦ ପଏଣ୍ଟ ହାସଲ କରିଛି । ଆସନ୍ତାକାଲି ଦକ୍ଷିଣ-ଆଫ୍ରିକା-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

Get real time updates directly on you device, subscribe now.