fbpx
BSKY
BJD SHG SKY
BJD YOUTH SKY

ଇସ୍ରାଏଲ ଓ ହମାସ ଯୁଦ୍ଧରେ ଭାରତକୁ ମିଳିବ ବଡ ଫାଇଦା, ଇସ୍ରାଏଲ ସ୍ଥିତ ଗ୍ଲୋବାଲ ଟେକ୍ କମ୍ପାନୀଗୁଡିକର ରହିଛି ଏହି ଯୋଜନା

ନୂଆଦିଲ୍ଲୀ: ଇସ୍ରାଏଲ ଓ ପାଲେଷ୍ଟାଇନର ହମାସ ଆତଙ୍କବାଦୀ ସଂଗଠନ ମଧ୍ୟରେ ଯୁଦ୍ଧରେ ହଜାର ହଜାର ଲୋକଙ୍କ ଜୀବନ ଗଲାଣି । ବିଶ୍ୱର ଭିନ୍ନ ଭିନ୍ନ ରାଷ୍ଟ୍ର ଏହି ଯୁଦ୍ଧକୁ ନେଇ ଅଲଗା ଅଲଗା ପ୍ରତିକ୍ରିୟା ରଖିବାରେ ଲାଗିଛନ୍ତି । ତେବେ ଏହି ଯୁଦ୍ଧ ଦ୍ୱାରା ଇସ୍ରାଏଲରେ କାମ କରୁଥିବା ଟେକ୍ କମ୍ପାନୀଗୁଡିକ ବି ପ୍ରଭାବିତ ହୋଇଛନ୍ତି । ମିଳିଥିବା ଏକ ଖବରରୁ ଜଣାପଡିଛି ଗ୍ଲୋବାଲ ଟେକ୍ କମ୍ପାନୀଗୁଡିକ ଇସ୍ରାଏଲରେ ଥିବା ନିଜ କାର୍ଯ୍ୟାଳୟ ଓ ବିଜନେସ୍‌କୁ ଅନ୍ୟ ଦେଶକୁ ସ୍ଥାନାନ୍ତର କରିପାରନ୍ତି ଯେଉଁଥିରେ ଭାରତ ବି ସାମିଲ ଅଛି ।

ଶିଳ୍ପ ବିଶେଷଜ୍ଞଙ୍କ ମତ ଇସ୍ରାଏଲ୍ ହମାସ ଯୁଦ୍ଧ ମଧ୍ୟରେ ବହୁ ବଡ ଟେକ୍ କମ୍ପାନୀ ଇସ୍ରାଏଲ୍ ସ୍ଥିତ ନିଜ ଅଫିସ୍ ଭାରତକୁ ସ୍ଥାନାନ୍ତର କରିବାର ସମ୍ଭାବନା ଅଧିକ ରହିଛି । ଏହା ବ୍ୟତିତ ଟିସିଏସ୍ ଓ ଉଇପ୍ରୋ ପରି ଭାରତୀୟ କମ୍ପାନୀ ମଧ୍ୟ ଇସ୍ରାଏଲରେ ଥିବା ସେମାନଙ୍କ ଅଫିସ୍‌କୁ ଭାରତ ସ୍ଥାନାନ୍ତରୀତ କରିଆଣିବେ । ଏହି ଯୁଦ୍ଧ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ଥିବା ବେଳେ ଟେକ୍ କମ୍ପାନୀଗୁଡିକୁ ବିଶେଷ କ୍ଷତି ସହିବାକୁ ପଡିବ ।
ବିଶ୍ୱର ବହୁ ବଡ ବଡ ମଲ୍ଟିନ୍ୟାସନାଲ ଟେକ୍ କମ୍ପାନୀର ଅଫିସ୍ ଇସ୍ରାଏଲରେ ରହିଛି । ଏମାନଙ୍କ ମଧ୍ୟରେ ଇଣ୍ଟେଲ, ମାଇକ୍ରୋସଫ୍ଟ, ଗୁଗଲ ପରି ବଡ ନାମ ବି ସାମିଲ ରହିଛି । ଏହି ଦେଶରେ ୫୦୦ରୁ ଅଧିକ ଟେକ୍ କମ୍ପାନୀ ସକ୍ରିୟ ରହିଛନ୍ତି ଯେଉଁଥିରୁ କିଛି ଗ୍ଲୋବାଲ କାପାବିଲିଟି ସେଣ୍ଟର୍ସ ଓ କିଛି ରିସର୍ଚ୍ଚ ଡେଭଲପମେଣ୍ଟ ସେଣ୍ଟର୍ସ ରହିଛି । ଏହି ସମସ୍ତ କମ୍ପାନୀ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଉଛି ।

ବିଶେଷଜ୍ଞଙ୍କ ମତ ଟେକ୍ କମ୍ପାନୀ ସେହି ଦେଶକୁ ନିଜର ଅଫିସ୍ ସ୍ଥାନାନ୍ତରୀତ କରିବାକୁ ଚାହୁଁଛନ୍ତି ଯାହାର ଟାଇମ୍ ଜୋନ୍ ଇସ୍ରାଏଲ ସହ ଖାପ ଖାଉଛି । ଏପରି କରିବା ଦ୍ୱାରା ସେମାନଙ୍କୁ ନିଜ ବିଜନେସ୍ ପ୍ଲାନରେ ବଡ ଧରଣର ପରିବର୍ତ୍ତନ କରିବାକୁ ପଡିବ ନାହିଁ । ଏହି ସ୍ଥିତିରେ ଭାରତ ବ୍ୟତିତ ଯେଉଁସବୁ ଦେଶ ଟେକ୍ କମ୍ପାନୀ ଲାଗି ବିକଳ୍ପ ହୋଇପାରିବ ସେମାନଙ୍କ ମଧ୍ୟରେ ଅଛନ୍ତି ମଧ୍ୟପ୍ରାଚ୍ୟ ଓ ପୂର୍ବ ୟୁରୋପ ଦେଶ ।

Get real time updates directly on you device, subscribe now.