୨୫ ବର୍ଷ ପରେ ପାକିସ୍ତାନକୁ ବାଏ.. ବାଏ କରିବାକୁ ଯାଉଛି ମାଇକ୍ରୋସଫ୍ଟ, ଜାଣନ୍ତୁ କାରଣ
ମାଇକ୍ରୋସଫ୍ଟ ୨୫ ବର୍ଷ ପରେ ପାକିସ୍ତାନରେ ନିଜର ଅପରେସନ୍ସ ବନ୍ଦ କରିବାକୁ ଯାଉଛି..
ନୂଆଦିଲ୍ଲୀ: ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ ପାକିସ୍ତାନକୁ ବଡ଼ ଝଟକା ଦେଇଛି। କମ୍ପାନୀ ୨୫ ବର୍ଷ ପରେ ପାକିସ୍ତାନରେ ନିଜର ଅପରେସନ୍ସ ବନ୍ଦ କରିବାର ନିଷ୍ପତ୍ତି ନେଇଛି। କମ୍ପାନୀ ୨୦୦୦ ମସିହାରେ ପାକିସ୍ତାନରେ କାମ କରିବା ଆରମ୍ଭ କରିଥିଲା।
ପାକିସ୍ତାନରେ ମାଇକ୍ରୋସଫ୍ଟର ଫୁଲ୍ କର୍ପୋରେଟ୍ ଅଫିସ୍ ନାହିଁ, ହେଲେ ମାଇକ୍ରୋସଫ୍ଟର ପାକିସ୍ତାନୀ ଉଦ୍ୟୋଗ, ଶିକ୍ଷା ଏବଂ ସରକାରୀ କ୍ଷେତ୍ରରେ ମାଇକ୍ରୋସଫ୍ଟର ଏକ ଦୃଢ ଉପସ୍ଥିତି ରହିଛି।
ଶିକ୍ଷା କ୍ଷେତ୍ରରେ କମ୍ପାନୀ ଉଚ୍ଚ ଶିକ୍ଷା ଆୟୋଗ ଏବଂ ପଞ୍ଜାବ ଗ୍ରୁପ ଅଫ କଲେଜ ଭଳି ସଂସ୍ଥାଗୁଡ଼ିକ ସହ ପାର୍ଟନରସିପ କରିଛି, ଯାହା ଦ୍ୱାରା ମାଇକ୍ରୋସଫ୍ଟ ଟିମ୍ ଭଳି ପ୍ଲାଟଫର୍ମ ଜରିଆରେ ଡିଜିଟାଲ ସ୍କିଲ୍ସର ଟ୍ରେନିଂ ଏବଂ ରିମୋଟ ଲର୍ଣ୍ଣିଂର ସୁବିଧା ଯୋଗାଯାଇ ପାରିବ।
ସରକାରୀ କ୍ଷେତ୍ରରେ ମାଇକ୍ରୋସଫ୍ଟ ୨୦୦ରୁ ଅଧିକ ଉଚ୍ଚ ଶିକ୍ଷା ସଂସ୍ଥାରେ Technology Solutions ଉପଲବ୍ଧ କରାଇଛି। ଏହା ବ୍ୟତୀତ, ଟ୍ରେନିଂ ସେଣ୍ଟର କରିବା ଏବଂ ଅନଲାଇନ କୋର୍ସ ଅଫର କରିବା ଭଳି ପଦକ୍ଷେପଗୁଡ଼ିକରେ ମଧ୍ୟ ମାଇକ୍ରୋସଫ୍ଟ ସାମିଲ ରହିଛି।
କମ୍ପାନୀ ଏଭଳି ନିଷ୍ପତ୍ତି କାହିଁକି ନେଲା: ମାଇକ୍ରୋସଫ୍ଟ ପାକିସ୍ତାନର ପୂର୍ବତନ କଣ୍ଟ୍ରି ମ୍ୟାନେଜର ଜୱାଦ ରେହମାନଙ୍କ କହିବାନୁଯାୟୀ, କମ୍ପାନୀର ଏହି ନିଷ୍ପତ୍ତି ବିଜନେସ ସହ ଜଡ଼ିତ।
୨୦୦୦ରୁ ୨୦୦୭ ପର୍ଯ୍ୟନ୍ତ କମ୍ପାନୀ ସହ ଜଡ଼ିତ ଥିବା ଜୱାଦଙ୍କ କହିବାନୁଯାୟୀ, କମ୍ପାନୀ ଏହି ନିଷ୍ପତ୍ତି ନେବା, ଏହି କଥାକୁ ସଂକେତ ଦେଉଛି ଯେ; ପାକିସ୍ତାନର ପରିବେଶରେ ବଡ଼-ବଡ଼ କମ୍ପାନୀଗୁଡ଼ିକୁ କମ କରିବାରେ କଷ୍ଟ ହେଉଛି।