ଉଦଳା: ଉଦଳାରେ ଘଟିଛି ଜଘନ୍ୟ ଅପରାଧ । ମୁହଁରେ ମାସ୍କ ଲଗାଇ ବାପା, ମା’ଙ୍କ ସାମ୍ନାରୁ ଝିଅକୁ ଟେକିନେଲେ ଦୁର୍ବୃତ୍ତ ।
ଉଦଳା ବଜାରରେ ଅପହରଣ କରିନେଲେ ମୁଖାପିନ୍ଧା ୪ରୁ ୫ ଦୁର୍ବୃତ୍ତ । ବାପା, ମା’ ବିରୋଧ କରିବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ହତ୍ୟା ଧମକ ଦେଇଥିବା ସୂଚନା ।
କପ୍ତିପଦା ଥାନାରେ ଝିଅ ଅପହରଣ ନେଇ ବାପା ମା’ ଏତଲା କରିଥିବା ସୂଚନା । ଘଟଣାକୁ ୩ ଦିନ ବିତିଯାଇଥିବାବେଳେ କପ୍ିପଦା ପୋଲିସ ହାତ ଖାଲି ।
ପୋଲିସ ଅପହରଣ ମାମଲା ରୁଜୁ କରି ବସି ପଡ଼ିଥିବାବେଳେ ଝିଅକୁ ଖୋଜିବାରେ କୌଣସି ସହଯୋଗ କରୁ ନ ଥିବା ଝିଅର ଘର ଲୋକ କହିଛନ୍ତି ।