ଆହାର କେନ୍ଦ୍ରରେ ପାଣିଚିଆ ଡାଲମା, ତହସିଲଦାରଙ୍କ ଚଢ଼ାଉ ପରେ ଖୋଲିଲା ଗୁମର
ଆହାର କେନ୍ଦ୍ରରେ ଭୁତ ଖାଉଛି ଖାଦ୍ୟ । ଶହେ ଜଣ ଖାଇଲେ କଟୁଛି ୩୦୦ ଟି ଟୋକନ୍ ।
ବଲାଙ୍ଗିର: ଆହାର ନାଁରେ ଭୂଆଁବୁଲୁଛନ୍ତି ଗରିବ ଲୋକ । ମାତ୍ର ୫ଟଙ୍କାରେ ପେଟ ପୁରା ଖାଦ୍ୟ ଯୋଗାଇଦେବା ପାଇଁ ସହରାଞ୍ଚଳରେ ଆହାର କେନ୍ଦ୍ର ଖୋଲିଛନ୍ତି ସରକାର।
କିନ୍ତୁ ଖାଦ୍ୟର ମାନକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ତୁଷୁରା ସହରରେ ।
ଭୂତ ଖାଉଛି ଆହାର: ରାଜ୍ୟ ହାଉସିଂ ବୋର୍ଡ ଦ୍ଵାରା ପରିଚାଳିତ ହେଉଥିବା ଏହି ଆହାର କେନ୍ଦ୍ରରେ ଲୋକ ବଦଳରେ ଭୂତ ଖାଉଛି ଆହାର ।
ଶହେ ଜଣ ଖାଇଲେ ତିନି ସହ ଜଣଙ୍କ କଟୁଛି ଟୋକନ୍ । ପ୍ରତି ଦିନ ତିନି ଶହ ଲୋକଙ୍କ ନାଁରେ ବିଲ୍ ହେଉଥିବା ବେଳେ ଖାଉଛନ୍ତି ୮୦/୧୦୦ ଜଣ ।
ଏକଥା ଆମେ କହୁନୁ ଖୋଦ୍ ତୁଷୁରା ତାହସିଲଦାର ଆର୍ତ୍ତତ୍ରାଣ ଥାଟି ଅଚାନକ ଭାବରେ ଚଢାଉ କରି ଦେଖିବାକୁ ପାଇଛନ୍ତି ।
ଆହାର କେନ୍ଦ୍ରରେ ଚଢ଼ାଉ: ସହର ଭିତରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପଛ ପଟରେ ରହିଛି ଆହାର କେନ୍ଦ୍ର ।
ଗତ ମଙ୍ଗବାର ନୂତନ ଭାବେ ଏନଏସି ଦାୟିତ୍ୱ ନେଇଥିବା ତୁଷୁରା ତହସିଲଦାର ଆର୍ତ୍ତତ୍ରାଣ ଥାଟି ଏନ୍ଏସିର ଏକ ଟିମ ସହ ତୁଷୁରା ଡାକ୍ତରଖାନା ପରିସରରେ ଥିବା ତୁଷୁରା ଆହାର କେନ୍ଦ୍ରରେ ଚଢାଉ କରିଥିଲେ। ସେଠାରେ ବ୍ୟାପକ ଅବ୍ୟବସ୍ଥା ଦେଖିବା ପରେ ନିଜେ ଖାଦ୍ୟର ମାନ ଯାଞ୍ଚ ପାଇଁ ଲୋକଙ୍କ ସହ ବସି ଆହାର ଖାଇଥିଲେ।
ପାଣିଚିଆ ଡାଲି: ତହସିଲଦାର ଖାଦ୍ୟର ମାନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଡାଲି ପାଣିଚିଆ ରହିଛି ଏବଂ ଖାଦ୍ୟ ନିମ୍ନ ମାନର ହୋଇଥିବା ସେ କହିଥିଲେ ।
ଏହି ଆହାର କେନ୍ଦ୍ରକୁ ଟିଟିଲାଗଡ଼ ରୁ ପ୍ରତି ଦିନ ଦୁଇଟି ଛୋଟ ଡ୍ରମରେ ଭାତ ଓ ଡାଲମା ଆସୁଛି ତାହା ପୁଣି ତିନି ଶହ ଲୋକଙ୍କ ପାଇଁ କିନ୍ତୁ ସେଥିରେ ମଧ୍ୟ ବ୍ୟାପକ ଠକେଇ ହେଉଥିବା ଦେଖିବାକୁ ମିଳିଥିଲା ।
କେବଲ ଦୁଇଟି ଛୋଟ ଡ୍ରମରେ ଖାଦ୍ୟ ଥିବା ବେଳେ ଏହା କେତେ ଜଣଙ୍କ ପାଇଁ ଆସିଛି ବୋଲି ପ୍ରଶ୍ନ କରିଥିଲେ ତହସିଲଦାର । କିନ୍ତୁ କୌଣସି ସାନ୍ତୋଷଜନକ ଉତ୍ତର ପାଇନଥିଲେ ।
ଟିକେଟ୍ ଯାଞ୍ଚ୍: ଆହାର କେନ୍ଦ୍ରରେ ବେଆଇନ୍ ଭାବେ ଟିକଟେ୍ ବିକ୍ରି ହେଉଥିବା ଜାଣିବାକୁ ପାଇଥିଲେ ତହସିଲଦାର । ଯାଞ୍ଚ୍ ସମୟରେ ଜଣାପଡ଼ିଥିଲା କି କିଛି ଲୋକ ଟିକେଟ୍ କଟାଯିବା ସତ୍ତ୍ୱେ କିଛି ଲୋକ ଭାତ ଖାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି ।
ଏହି ସବୁ ଟିକେଟଗୁଡ଼ିକୁ ଚଢ଼ାଉ ଟିମ୍ ଜବତ କରିଥିଲା ପାଣିଚିଆ ଡାଲମାର ଫଟୋ ସହ ଏକ ରିପୋର୍ଟ ଜିଲ୍ଲାପାଲଙ୍କୁ ଦିଆଯାଇଥିବା କହିଥିଳେ ଶ୍ରୀ ଥାଟି ।
ଏପଟେ ନୂତନ ଭାବେ ଅତିରିକ୍ତ ଦାୟିତ୍ୱ ନେଇଥିବା ଶ୍ରୀ ଥାଟିଙ୍କ ଚଢାଉକୁ ଲୋକେ ପ୍ରଶଂସା କରିଛନ୍ତି । ବର୍ଷ ବର୍ଷ ଧରି ଆହାର କେନ୍ଦ୍ରରେେ ହଉଥିବା ଲୁଟର ତଦନ୍ତ କରା ଯିବ ନା ତାକୁ ଚାପି ଦିଆଯିବ ତାହା ଦେଖିବା ବାକି ରହିଲା।