ଅଳ୍ପକେ ବଞ୍ଚିଗଲେ ଲାଲୁଙ୍କ ଗେହ୍ଲା ପୁଅ ତେଜସ୍ୱୀ, ମଞ୍ଚରେ ଭାଷଣା ଦେଲାବେଳେ ଘଟିଲା ଅଘଟଣ

ଭାଇରାଲ ହେଉଛି ଘଟଣାର ଭିଡିଓ । ଡ୍ରୋନ ଦେଖି ଛାନିଆ ହେଲେ ତେଜସ୍ୱୀ ।

ପାଟନା: ବିହାର ନିର୍ବାଚନ ପାଇଁ ଆଜିକାଲି ଆରଜେଡି ନେତା ତେଜସ୍ୱୀ ଯାଦବ ବହୁତ ପରିଶ୍ରମ କରୁଛନ୍ତି। ବିଭିନ୍ନ ଜିଲ୍ଲା ଗସ୍ତ, ବିଭିନ୍ନ ସ୍ଥାନରେ ରାଲି, ବିଭିନ୍ନ ସମାଜ ସହିତ ଆଲୋଚନା ଚାଲିଛି।

ରବିବାର ରାଜଧାନୀ ପାଟନାରେ ତେଜସ୍ୱୀ ଯାଦବ ଏକ ସମ୍ମିଳନୀରେ ଭାଷଣ ଦେଉଥିଲେ। ତେଜସ୍ୱୀ ମଞ୍ଚ ଉପରେ ପୋଡିୟମରୁ ଭାଷଣ ଡ଼େଉଁଥିଲେ, ହଠାତ୍ ଏକ ଡ୍ରୋନ୍ ତାଙ୍କ ପାଖକୁ ଆସିଗଲା।

ଡ୍ରୋନ୍ ଦେଖି ଛାନିଆ

ତେଜସ୍ୱୀ ପାଟନାର ଗାନ୍ଧୀ ମୈଦାନରେ ୱାକଫ୍ ବଚାଓ ସମ୍ବିଧାନ ବଚାଓ ସମ୍ମିଳନୀରେ ଭାଷଣ ଦେଉଥିଲେ। ତା’ପରେ କଭରେଜରେ ନିୟୋଜିତ ଏକ ଡ୍ରୋନ୍ ତେଜସ୍ୱୀ ଯାଦବଙ୍କ ପାଖକୁ ଆସିଲା। ତେଜସ୍ୱୀ ଯାଦବ ପୋଡିୟମରୁ ଠିଆ ହୋଇ ଭାଷଣ ଦେଉଥିଲେ, ଯେତେବେଳେ ଡ୍ରୋନ୍ ଆସିଲା। ତାକୁ ଦେଖି ସେ ଡରିଗଲେ।

ତେଜସ୍ୱୀ ଯାଦବଙ୍କୁ କିଛି ସମୟ ପାଇଁ ତାଙ୍କ ଭାଷଣ ବନ୍ଦ କରିବାକୁ ପଡିଲା। ତା’ପରେ ସୁରକ୍ଷା କର୍ମୀମାନେ ତୁରନ୍ତ ଡ୍ରୋନଟିକୁ ଜବତ କରିଥିଲେ।