ତେଲେଙ୍ଗାନା ବିସ୍ଫୋରଣ, ୮ ଓଡ଼ିଆ ମୃତ ଶ୍ରମିକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଦେବେ ମୋହନ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା। 

ଭୁବନେଶ୍ୱର: ତେଲେଙ୍ଗାନାର ଏକ ଫ୍ୟାକ୍ଟିରେ ଭୟଙ୍କର ବିସ୍ଫୋରଣ ଘଟଣା। ଯାହାକି ୨ ଦିନ ତଳେ ହୋଇଥିଲା। ଏବଂ ଏହି ବିସ୍ଫୋରଣରେ ସେହି ଫ୍ୟାକ୍ଟ୍ରିରେ କାମ କରୁଥିବା ୪୦ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା।

ଯେଉଁମାନଙ୍କ ମଧ୍ୟରୁ ୮ ଜଣ ଓଡ଼ିଆ ଶ୍ରମିକ ଥିଲେ। ତେଣୁ ମୃତ ୮ ଜଣ ଓଡ଼ିଆ ଶ୍ରମିକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ତେଲେଙ୍ଗାନା ମେଡାକରେ ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣରେ ୪୦ ଜଣଙ୍କ ମୃତ୍ୟୁ।  ୪୦ ମୃତକଙ୍କ ମଧ୍ୟରୁ ୮ ଜଣ ଓଡ଼ିଆ ଶ୍ରମିକ ଥିଲେ।  ଓଡ଼ିଆ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା।