fbpx

ଲକଡାଉନକୁ ସମ୍ପୂର୍ଣ୍ଣ ରୂପେ ହଟାଇଲେ ତେଲଙ୍ଗାନା ସରକାର

ହାଇଦ୍ରାବାଦ: ଅନେକ ଦିନର ବ୍ୟବଧାନ ପରେ ଲକଡାଉନକୁ ସମ୍ପୂର୍ଣ୍ଣ ରୂପେ ହଟାଇଛନ୍ତି ତେଲେଙ୍ଗାନା ସରକାର | କୋଭିଡର ଦ୍ଵିତୀୟ ଲହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ହୋଇଥିବା ବେଳେ ଏହାକୁ ନଜରରେ ରଖି ତେଲେଙ୍ଗାନା ସରକାର ସମସ୍ତ କରୋନା କଟକଣା ହଟାଇଦେଇଛନ୍ତି | ଲକଡାଉନ ହଟିବା ସହ ରାଜ୍ୟରେ ନାଇଟ କର୍ଫ୍ୟୁ ମଧ୍ୟ ରହିବ ନାହିଁ ବୋଲି ଜଣାପଡିଛି | ଲକଡାଉନ ସମୟରେ ଲାଗୁ ହୋଇଥିବା ସମସ୍ତ ପ୍ରକାର ନିୟମାବଳୀକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଲକଡାଉନକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ ହୋଇଛି, ସଂକ୍ରମଣ ହାର ହ୍ରାସ ପାଇଛି ଏବଂ କରୋନା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଛି ବୋଲି ମେଡିକାଲ୍ କର୍ତ୍ତୃପକ୍ଷ ଦେଇଥିବା ରିପୋର୍ଟକୁ ଯାଞ୍ଚ କରି ଲକଡାଉନ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରକାଶ ପାଇଛି । ଆଜି ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଆସନ୍ତାକାଲି ସକାଳ ୬ଟାରୁ ଆରମ୍ଭ ହେବାକୁ ଥିବା ଲକଡାଉନକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.