fbpx

ରକ୍ଷାବନ୍ଧନରେ ଯାଉଥିଲେ ବାପଘର, ବସରେ ହେଲା ଡେଲିଭରୀ ପେନ୍‌, କଣ୍ଡକ୍ଟର କରାଇଲେ ପ୍ରସବ

ନୂଆଦିଲ୍ଲୀ: ତେଲେଙ୍ଗାନାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଗର୍ଭବତୀ ମହିଳା ରକ୍ଷାବନ୍ଧନ ଅବସରରେ ନିଜ ବାପ ଘରକୁ ଯାଉଥିଲେ। ଅଚାନକ ବସ୍ ରେ ଯାତ୍ରା କରୁଥିବା ସମୟରେ ପ୍ରସବ କଷ୍ଟ ହୋଇଥିଲା। ଏହାପରେ ବସରେ ଥିବା ମହିଳା କଣ୍ଡକ୍ଟର ଏବଂ ଅଉ ଏକ ନର୍ସ ତେଲେଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମର ବସରେ ଡେଲିଭରୀ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହାପରେ ସଙ୍ଗେ ସଙ୍ଗେ ବସରୁ ଲୋକଙ୍କୁ ଖାଲି କରିଥିଲେ। ମହିଳା କଣ୍ଡକ୍ଟର ଏଉବଂ ନର୍ସ ମିଶି ଗର୍ଭବତୀ ମହିଳାଙ୍କ ଡେଲିଭରୀ କରାଇଛନ୍ତି। ଯେଉଁଭଳି ଶିଶୁର କାନ୍ଦ ଶୁଣାଗଲା, ବସ ବାହାରେ ଥିବା ଲୋକେ ଉତ୍ସାହିତ ହୋଇଥିଲେ। ଏହାପରେ ଲୋକେ ବସର ସେହି କଣ୍ଡକ୍ଟରଙ୍କର ପ୍ରଶଂସା କରିଛନ୍ତି।

Get real time updates directly on you device, subscribe now.