fbpx

ସ୍ପେକ୍ଟ୍ରମ ନିଲାମ ତାରିଖ ବୃଦ୍ଧି କରିଲା ଟେଲିକମ୍ ବିଭାଗ, ଜୁନ୍ ୨୫ରେ ପରବର୍ତ୍ତୀ ଅକ୍ସନ

ନୂଆଦିଲ୍ଲୀ: ଦୂରସଂଚାର ବିଭାଗ ସ୍ପେକ୍ଟ୍ରମ ନିଲାମ ତାରିଖରେ ବୃଦ୍ଧି କରିଛି । ଏନେଇ ମଙ୍ଗଳବାର ବିଭାଗର ଅଫିସିଆଲ ୱେବସାଇଟରେ ସୂଚନା ଦିଆଯାଇଛି । ବିଡ୍ ପାଇଁ ଆବେଦନ ନିମନ୍ତ୍ରଣ କରୁଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ସ୍ପେକ୍ଟ୍ରମର ଲାଇଭ୍ ନିଲାମ ଆରମ୍ଭ ହେବାର ନୂତନ ତାରିଖ ଜୁନ୍ ୬ ପରିବର୍ତ୍ତେ ଜୁନ୍ ୨୫କୁ ବୃଦ୍ଧି କରାଯାଇଛି ।

ସରକାର ମୋବାଇଲ ଫୋନ୍ ସେବା ପାଇଁ ପ୍ରାୟ ୯୬ ହଜାର ୩୧୭ କୋଟି ଟଙ୍କା ମୂଲ୍ୟରେ ୮ଟି ସ୍ପେକ୍ଟ୍ରମ ବ୍ୟାଣ୍ଡ୍ ନିଲାମ କରିବେ । ଏହି ନିଲାମରେ ୮୦୦ ମେଗାହର୍ଟ୍‌ଜ, ୯୦୦ ମେଗାହର୍ଟ୍‌ଜ, ୧୮୦୦ ମେଗାହର୍ଟ୍‌ଜ, ୨, ୧୦୦ ମେଗାହର୍ଟ୍‌ଜ, ୨୩୦୦ ମେଗାହର୍ଟ୍‌ଜ, ୨୫୦୦ ମେଗାହର୍ଟ୍‌ଜ, ୩୩୦୦ ମେଗାହର୍ଟ୍‌ଜ ଏବଂ ୨୬ ମେଗାହର୍ଟ୍‌ଜ ବ୍ୟାଣ୍ଡରେ ଉପଲବ୍ଧ ସମସ୍ତ ସ୍ପେକ୍ଟ୍ରମ୍ ରହିଛି । ରିଲାଲନ୍ସ ଜିଓ ସ୍ପେକ୍ଟ୍ରମ ନିଲାମୀ ପାଇଁ ସର୍ବାଧିକ ୩ ହଜାର କୋଟି ଟଙ୍କା ଜମା କରିସାରିଛି । ଏହା ଦ୍ୱାରା କମ୍ପାନୀ ସର୍ବାଧିକ ରେଡିଓ ଫ୍ରିକ୍ୱେନ୍ସି ପାଇଁ ବିଡ୍ କରିବାକୁ ସକ୍ଷମ ହେବ । ବିଡରଙ୍କ ପାଇଁ ପ୍ରି-କ୍ୟୁାଲିଫିକେସନ୍ ବିବରଣୀ ଅନ୍ତର୍ଗତ ଭାରତୀ ଏୟାରଟେଲ ୧, ୦୫୦ କୋଟି ଟଙ୍କା ଏବଂ ଭୋଡାଫୋନ୍ ଆଇଡିଆ ୩୦୦ କୋଟି ଟଙ୍କା ଜମା କରିସାରିଛନ୍ତି । କମ୍ପାନୀର ଜମା ରାଶି ଅନୁଯାୟୀ ପଏଣ୍ଟ ମିଳିଥାଏ । ଏହା ଆଧାରରେ ସେମାନେ ତାଙ୍କ ଇଚ୍ଛା ଅନୁଯାୟୀ ସର୍କଲର ସଂଖ୍ୟା ଏବଂ ସ୍ପେକ୍ଟ୍ରମର ମାତ୍ରା ପାଇଁ ବିଡ୍ କରିପାରିବେ । ହାଇ ପଏଣ୍ଟ ଅର୍ଥ ଉଚ୍ଚା ବିଡ୍ ଲଗାଇବାରେ ସକ୍ଷମ ହେବ । ସ୍ପେକ୍ଟ୍ରମ ୨୦ ବର୍ଷ ପାଇଁ ଦିଆଯିବ ଏବଂ ସଫଳ ବିଡରମାନେ ବାର୍ଷିକ ୨୦ଟି ସମାନ କିସ୍ତିରେ ପେମେଣ୍ଟ କରିବାର ସୁବିଧା ପାଇବେ । ତେବେ ସର୍ବନିମ୍ନ ୧୦ ବର୍ଷ ପରେ ଆଗାମୀ ନିଲାମ ମାଧ୍ୟମରେ ହାସଲ ହୋଇଥିବା ସ୍ପେକ୍ଟ୍ରମକୁ ଫେରସ୍ତ କରିବାକୁ ଟେଲିକମ ବିଭାଗ ବିକଳ୍ପ ପ୍ରଦାନ କରିଛି ।

Get real time updates directly on you device, subscribe now.