fbpx

ଓଡ଼ିଶାରେ ରଦ୍ଦ ହେଲା ୫୧,୨୬୦ ସିମ କାର୍ଡ, ଜାଣନ୍ତୁ ଆପଣଙ୍କ ପାଖରେ ଥିବା କାର୍ଡ ଏଥିରେ ସାମିଲ ଅଛନ୍ତି କି ?

ଭୁବନେଶ୍ୱର: ଓଡ଼ିଶାରେ ପ୍ରାୟ ୫୧,୨୬୦ ସିମ କାର୍ଡକୁ ରଦ୍ଦ କରାଯାଇଛି । ଟେଲିକମ ବିଭାଗ ତରଫରୁ ଏହାକୁ ରଦ୍ଦ କରାଯାଇଥିବା ବେଳେ ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ସବୁ ସିମ କାର୍ଡ ଜାଲିଆତି ରେ ସାମିଲ ହେଇଥିବା ସୂଚନା ରହିଛି । ଏହାର ଏକ ଲମ୍ବା ତାଲିକ ଟେଲିକମ ବିଭାଗ ହାତରେ ଲାଗିବା ପରେ ଏହି ପଦକ୍ଷେପ ଉଠାଯାଇଛି ।

ତେବେ ଆସନ୍ତୁ ଜାଣିବା ଏଭଳି ନକଲି ସିମ ଘଟଣା କାଇଁ କି ବଢୁଛି । ପ୍ରତି ବ୍ୟକ୍ତିଙ୍କ ପାଇଁ ସିମ୍ କାର୍ଡ ସଂଖ୍ୟାକୁ ନେଇ ସରକାର ଏକ ନିୟମ ସ୍ଥିର କରିଛଲେ। ଲୋକମାନେ ଆଧାର କାର୍ଡରେ ଏକାଧିକ ସିମ୍ ବ୍ୟବହାର କରୁଥିଲେ । ଏହା ପରେ ଟେଲିକମ୍ ବିଭାଗ (DoT) ଦ୍ୱାରା ଏହାକୁ ନେଇ ଚେତାବନୀ ଦିଆଯାଇଥିଲା। ଏପରି ପରିସ୍ଥିତିରେ, ଯେକୌଣସି ବ୍ୟକ୍ତିଙ୍କର ଗୋଟିଏ ନାମରେ ୯ କିମ୍ବା ଅଧିକ ସିମ୍ ଥାଏ ଟେଲିକମ୍ ବିଭାଗ ସେଗୁଡିକୁ ବାତିଲ କରିବାକୁ ପଦକ୍ଷେପ ନେଉଛନ୍ତି। ଅର୍ଥାତ୍ ଚଳିତ ବର୍ଷ ଜାନୁଆରୀ ୧ ରେ ଦେଶରେ ବେଆଇନ ଭାବେ ଚାଲୁଥିବା ସିମ୍ କାର୍ଡ ବାତିଲ ହେବା ପ୍ରକ୍ରିୟା ଆରମ୍ଭ ହେଇଛି ।

ବାସ୍ତବରେ, ଯେଉଁମାନଙ୍କର ୯ କିମ୍ବା ଅଧିକ ସିମ୍ ଅଛି ସେମାନଙ୍କୁ ଟେଲିକମ୍ ବିଭାଗ ଅନେକ ଥର ଚେତାବନୀ ଦେଇଛି ।କିନ୍ତୁ ଏହା ସତ୍ତ୍ୱେ ଲୋକମାନେ ସମାନ ନାମରେ ୨୦ଟି ପର୍ଯ୍ୟନ୍ତ ସିମ୍ ବ୍ୟବହାର କରୁଛନ୍ତି । ବର୍ତ୍ତମାନ କଡା ପଦକ୍ଷେପ ନେଇ ସରକାର୯ ରୁ ଉର୍ଦ୍ଧ ସମସ୍ତ ସିମ୍ କାର୍ଡ ବାତିଲ କରିବାକୁ ଯୋଜନା କରିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ବାତିଲ ପରେ ଏହି ସିମ୍ କାର୍ଡରୁ ଆଉଟଗୋଇଂ କଲ୍ କିମ୍ବା ଆସୁଥିବା କଲ୍ ଗ୍ରହଣ କରାଯିବ ନାହିଁ।

Get real time updates directly on you device, subscribe now.