fbpx

World Test Championship ଖେଳିବ ଭାରତ! ବାଂଲା କ୍ଲିନ୍ ସ୍ୱିପ୍ ପରେ ବଢ଼ିଲା ଆଶା, ଦେଖନ୍ତୁ ପଏଣ୍ଟ ଟେବୁଲ, ବୁଝନ୍ତୁ ସମ୍ପୂର୍ଣ୍ଣ ଗଣିତ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜକୁ କ୍ଲିନ୍ ସ୍ୱିପ କରିବା ପରେ ଏବେ ଟିମ୍ ଇଣ୍ଡିଆର ଉତ୍ସାହ ବହୁମାତ୍ରାରେ ବଢ଼ିଯାଇଛି । ଦଳର ପରବର୍ତ୍ତୀ ଲକ୍ଷ୍ୟ ରହିଛି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଉପରେ । ଭାରତ ଡବ୍ଲ୍ୟୁଟିସି ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିପାରିବ କି ନା ସେନେଇ ଏବେ ଉଠିଛି ପ୍ରଶ୍ନ । ଏହି ସିରିଜ ଚଳିତ ବର୍ଷର ଶେଷ ସିରିଜ ହୋଇଥିବା ବେଳେ ଏଥିରେ ଭାରତ ବେଶ୍ ଭଲ ପ୍ରଦର୍ଶନ କରିଛି ।

ନୂଆ ଅପଡେଟ୍ ଡବ୍ଲ୍ୟୁଟିସି ଟାଇମ୍ ଟେବୁଲରେ ଭାରତ ୨ ନମ୍ବର ସ୍ଥାନରେ ପହଞ୍ଚି ଯାଇଛି । ଆଗକୁ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ ଖେଳିବ । ତେଣୁ ଭାରତର ଡବ୍ଲ୍ୟୁଟିସି ଫାଇନାଲ ଆଶା ଉଜ୍ଜୀବୀତ ରହିଛି । ବାଂଲା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ଜିତିବା ପରେ ଭାରତ ୩ ନମ୍ବର ସ୍ଥାନରେ ରହିଥିଲା । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହେବା ଭାରତକୁ ଫାଇଦା ହୋଇଛି । ବର୍ତ୍ତମାନ ଭାରତର ବିଜୟ ପ୍ରତିଶତ ୫୮.୯୩ ପ୍ରତିଶତରେ ପହଞ୍ଚିଥିବା ବେଳେ ତୃତୀୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ୫୪.୫୫ ପ୍ରତିଶତରେ ରହିଛି ।

ଏହି ଡବ୍ଲ୍ୟୁଟିସିରେ ଭାରତ ୮ଟି ମ୍ୟାଚ ଜିତିଥିବା ବେଳେ ଗୋଟିଏ ହାରିଛି । ଦଳ ମୋଟ ୫ଟି ସିରିଜ ଖେଳି ସେଥିରୁ ୫ ପଏଣ୍ଟ ହରାଇଛି । ଡବ୍ଲ୍ୟୁଟିସିର ଫାଇନାଲ ମ୍ୟାଚ ପଏଣ୍ଟ ଟେବୁଲର ଟପ-୨ ଟିମଙ୍କ ମଧ୍ୟରେ ହେବ । ଗତ ବର୍ଷ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ବିଜୟ ଲାଭ କରିଥିଲା । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଉଚ୍ଚକୋଟୀର ପ୍ରଦର୍ଶନ କରିବା ହିଁ ଟିମ୍ ଇଣ୍ଡିଆର ଭାଗ୍ୟ ନିର୍ଦ୍ଧାରଣ କରିବ । ଯଦି ଅଷ୍ଟ୍ରେଲିଆ ୪-୦ରେ ପରାସ୍ତ ହୁଏ, ତେବେ ତା’ର ଜିତ ପ୍ରତିଶତ ୬୮.୧ ପ୍ରତିଶତ ହୋଇଯିବ ।

ସେହିପରି ଯଦି ଭାରତ ସମସ୍ତ ମ୍ୟାଚରେ ପରାସ୍ତ ହୁଏ ତେବେ ଜିତ ପ୍ରତିଶତ ୪୫.୮ରେ ପହଞ୍ଚି । ଗୋଟିଏ ମ୍ୟାଚ ଜିତିଲେ ଏହା ୫୧.୪, ଦୁଇଟିରେ ଜିତିଲେ ୫୬.୯, ତିନୋଟିରେ ଜିତିଲେ ୬୨.୫ ଓ ଚାରୋଟିରେ ଜିତିଲେ ୬୮.୧ ପ୍ରତିଶତ ହୋଇଯିବ । ତେଣୁ ଭାରତ ଘରୋଇ ମାଟିରେ କଙ୍ଗାରୁକୁ କ୍ଲିନ୍ ସ୍ୱିପ୍ କରିବାକୁ ପୟାସ କରିବ ।

Get real time updates directly on you device, subscribe now.