ଫେବୃଆରୀ ମାସରେ ରେକର୍ଡ ଭାଙ୍ଗିଲା ତାପମାତ୍ରା, ଡେଇଁଲା ୩୬ ଡିଗ୍ରି

ତାପମାତ୍ରା ଉପରମୁହାଁ, ଫେବୃଆରୀ ମାସରେ ସବୁଠି ତାପମାତ୍ରା ୩୦ ଡିଗ୍ରି ଡେଇଁଛି

ଭୁବନେଶ୍ବର: ଫେବୃଆରୀ ଆରମ୍ଭରୁ ଦିନର ଉପରମୁହାଁ ହୋଇଛି ତାପମାତ୍ରା। ଉପକୂଳରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ, ସବୁଠି ତାପମାତ୍ରା ୩୦ ଡିଗ୍ରି ଡେଇଁଛି। ସାଧାରଣତଃ ଏହି ସମୟରେ ଶୀତର ପ୍ରକୋପ ରହିବା ବେଳେ ରାଜ୍ୟବାସୀ ଟାଇଁଟାଇଁ ଖରାର ସାମ୍ନା କରୁଛନ୍ତି।

ଚଳିତବର୍ଷ ପ୍ରଥମ ଥର ପାଇଁ ଆଜି ବଲାଙ୍ଗୀରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୬.୭ ଡିଗ୍ରି ରେକର୍ଡ ସୃଷ୍ଟି କରିଛି।

ଏହାବ୍ୟତୀତ ଟିଟିଲାଗଡ଼ରେ ୩୬ ଡିଗ୍ରି, ପାରଳାଖେମୁଣ୍ଡିରେ ୩୫.୮, ଝାରସୁଗୁଡ଼ାରେ ୩୫.୬, ସମ୍ବଲପୁରରେ ୩୫.୧, ଭବାନୀପାଟଣାରେ ୩୫, ଭୁବନେଶ୍ବରରେ ୩୪.୯, ସୋନପୁରରେ ୩୪.୮, ଭଦ୍ରକରେ ୩୪.୫, ଅନୁଗୁଳରେ ୩୪.୧, ସୁନ୍ଦରଗଡ଼ରେ ୩୪.୧ ଡିଗ୍ରିରେ ପହଞ୍ଚିଛି।

କେବଳ ଦିନ ନୁହେଁ, ରାତିର ତାପମାତ୍ରା ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି।