ଆହୁରି ୨-୪ ଡିଗ୍ରୀ କମିବ ତାପମାତ୍ରା, ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ହେବ ପ୍ରବଳ ଶୀତ

୨୪ ଘଣ୍ଟା ପାଇଁ ରାଜ୍ୟରେ ଶୀତ ପ୍ରବାହ ବଢିବ । ଆଭ୍ୟନ୍ତରିଣ ଓ ଉପକୂଳ ଓଡିଶା କାଲୁଆ ପବନରେ ଥରିବ

ଭୁବନେଶ୍ୱର- ଶୀତ ଆହୁରି ରାଜ୍ୟକୁ କଲବଲ କରିବ । କାଲୁଆ ପବନ ସହ କୁହୁଡି ପାଇଁ ରାଜ୍ୟବାସୀ ଆହୁରି ହନ୍ତସନ୍ତ ହେବା ନେଇ ପୂର୍ବାନୁମାନ କରିଛି । ତେବେ ଆସନ୍ତା ୭ ଦିନନ ପାଗ ଶୁଖିଲା ନେଇ ଆକଳନ ।

ଆଞ୍ଚଳିକ ପାଣିପାଗ ବିବାଗ ତରଫରୁ ସୂଚନା ରହିଛି କି, ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟରେ ଶୀତ ପ୍ରବାହ ବଢିବ । ଆଭ୍ୟନ୍ତରିଣ ଓ ଉପକୂଳ ଓଡିଶା କାଲୁଆ ପବନରେ ଥରିବ । ତାପମାତ୍ରା ୨-୪ ଡିଗ୍ରୀ ଯାଏଁ କମିବା ଅନୁମାନ କରିଛି ପାଣିପାଗ ବିଭାଗ ।

ଏଥିସହ ଆଞ୍ଛଳିକ ପାଣିପାଗ ବିଭାଗ ତରଫରୁ କୁହାଯାଇଛି କି ଏବେ ବର୍ଷାର ସମ୍ଭାବନା ନାହିଁ । ଅନ୍ୟୁନ ୭ ଦିନ ଯାଏଁ ପାଗ ଶୁଖିଲା ରହିବ ।

କିନ୍ତୁ କୁହୁଡି ଜାରି ରହିବ । ଆହୁରି ୪୮ ଘଣ୍ଟା ପାଇଁ ରାଜ୍ୟରେ ଘନ କୁହୁଡି ଦେଖାଦେବ । କୁହୁଡି ପାଇଁ ଦୃଶ୍ୟମାନ କ୍ଷମତା କମିବ ।

କୁହୁଡି ପାଇଁ ଗାଡି ଚାଳକଙ୍କୁ ସତର୍କତା ଅବଲମ୍ବନ କରିବାକୁ ସତର୍କ କରାଯାଇଛି ।