fbpx

(video)ଗ୍ଲାସକୁ ବାହାରିବା ମାତ୍ରେ ବରଫ ପାଲଟି ଯାଉଛି ବିଅର, ଏଠାରେ ତାପମାତ୍ରା -୬୪ ଡିଗ୍ରୀ

Advertisement

ନୂଆଦିଲ୍ଲୀ:ଡିସେମ୍ବର ମାସରେ ସବୁଠାରୁ ଅଧିକ ଥଣ୍ଡା ହୋଇଥାଏ । ଏହି କ୍ରମରେ ଏବେ ବିଶ୍ୱର ବହୁ ସ୍ଥାନରେ ଏତେ ମାତ୍ରାରେ ଜାଡ ଅନୁଭୂତ ହେଉଛି ଯେ ଯେଉଁଠି ଦେଖିବ ସେଠିି ଖାଲି ବରଫ ହିଁ ବରଫ । ତେବେ ଦକ୍ଷିଣ ମେରୁ ଏବେ ପୁରା ବରଫର ଚାଦରେ ଢାଙ୍କି ହୋଇ ରହିଛି । ଏଠାରେ ତାପମାତ୍ରା ଏତେ ହ୍ରାସ ପାଇଛି ଯେ, ସବୁ ଜିନିଷ ବରଫ ପାଲଟି ଯାଉଛି । ଏହାର ଭୟଙ୍କର ଉଦାହରଣ ଜେଫ୍ କ୍ୟାପ୍ସ ନାମକ ଜଣେ ଫଟୋଗ୍ରାଫର ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

 

View this post on Instagram

 

A post shared by Jeff Capps (@thejeffcapps)

ଏହି ଭିଡିଓରୁ ଜଣାପଡୁଛି ଆଣ୍ଟାର୍ଟିକାରେ କିପରି ଭୀଷଣ ବରଫପାତ ହେଉଛି । ସେ କେନ୍‌ରୁ ବିଅର ଗ୍ଲାସ୍‌ରେ କାଢିବା ପରେ ପରେ ହିଁ ତାହା ସଙ୍ଗେ ସଙ୍ଗେ ବରଫ ପାଲଟିଯାଉଛି । ସେ କହିଛନ୍ତି ଏଠାରେ ତାପମାତ୍ରା -୮୪ ଡିଗ୍ରୀ ଫାରେନହାଇଟ୍ କିମ୍ବା -୬୪ଡିଗ୍ରୀ ସେଲସିୟସ ରହିଛି । କ୍ୟାପ୍ସଙ୍କ ଏହି ଭିଡିଓ ଉପରେ ଲୋକମାନେ ଜୋରଦାର ପ୍ରତିକ୍ରିୟା ରଖୁଛନ୍ତି ।

Get real time updates directly on you device, subscribe now.