fbpx

ରାଜ୍ୟରେ ଅସହ୍ୟ ତାତି ଓ ଗୁଳୁଗୁଳି: ୪୩ ଡିଗ୍ରୀ ସହ ଉତ୍ତପ୍ତ ସହର ପାଲଟିଲା ଭବାନୀପାଟଣା

ଭୁବନେଶ୍ବର(ଓଡିଶା ଭାସ୍କର) : ଗତ କିଛିଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଗରମ ଓ ଗୁଳୁଗୁଳି । ରାଜ୍ୟର ୪ ସହରର ତାପମାତ୍ରା ଆଜି ୪୦ ଡିଗ୍ରୀ ଉପରେ ରହିଛି । ୪୩ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭବାନୀପାଟଣା । ଏହା ସହ ଟିଟିଲାଗଡ଼ରେ ୪୧.୨, ସୋନପୁରରେ ୪୧ ଓ ବଲାଙ୍ଗିରରେ ତାପମାତ୍ରା ୪୦.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

ସେହିପରି ବାଲେଶ୍ବରରେ ତାପମାତ୍ରା ୩୨.୭ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୩.୮, କଟକରେ ୩୫.୫, ପାରାଦୀପରେ ୩୨.୭, ଭୁବନେଶ୍ବରରେ ୩୫.୯, ଗୋପାଳପୁରରେ ୩୩.୭, ପୁରୀରେ ୩୩.୮, ଅନୁଗୁଳରେ ୩୭.୭, ବାରିପଦାରେ ୩୪, ଝାରସୁଗୁଡ଼ାରେ ୩୮.୬, କେନ୍ଦୁଝରରେ ୩୩.୬, ସମ୍ବଲପୁରରେ ୩୯.୬, ସୁନ୍ଦରଗଡ଼ରେ ୩୩, ହୀରାକୁଦରେ ୩୮.୬, ତାଳଚେରରେ ୩୭.୫୧ ଡିଗ୍ରୀ, କୋରାପୁଟରେ ୩୭, ଫୁଲବାଣୀରେ ୩୯.୨, ଦାରିଙ୍ଗବାଡିରେ ୩୪, ନୟାଗଡ଼ରେ ୩୬, ବୌଦ୍ଧରେ ୩୮, ଛତ୍ରପୁରରେ ୩୩.୬, ପାରଳାଖେମୁଣ୍ଡିରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.