fbpx

ଆହୁରି ବଢିବ ତାପମାତ୍ରା ; ପଶ୍ଚିମରେ ପାରଦ ୪୪ ଉପରେ, ୨୦ ଯାଏଁ କରିବ କଲବଲ

ଭୁବନେଶ୍ୱର : ଆଜି ରାଜ୍ୟରେ ୧୮ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ରାଜ୍ୟ ତମାମ କଲବଲ କରୁଛି ତାତି ଓ ଗୁଳୁଗୁଳି । ଉପକୂଳ ରୁ ଉପାନ୍ତ ଏବଂ ପୂର୍ବ ରୁ ପଶ୍ଚିମା ଯାଏଁ ଝାଞ୍ଜି ଡହକରେ କଳବଲ ହେଉଛନ୍ତି ରାଜ୍ୟବାସୀ । ଯଦିଓ ପଶ୍ଚିମରେ ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି, ତଥାପି ପୂର୍ବ ଓଡିଶାବାସୀଙ୍କୁ ଡହକରୁ ମୁକ୍ତି ମିଳୁନି ।

ଆଜି ଦିନ ସାଢେ ୨ଟା ସୁଦ୍ଧା ସର୍ବାଧିକ ତାପମାତ୍ରା ସମ୍ବଲପୁରରେ ୪୪.୩ ଡିଗ୍ରୀ ସେଲସିୟସ୍ ଥିଲା । ସେହିଭଳି ବୌଦ୍ଧ ୪୪.୨ ଡିଗ୍ରୀ, ବଲାଙ୍ଗଗିର ଓ ନୂଆପଡା ୪୪ ଡିଗ୍ରୀ ସେଲସିୟସ୍ ଥିଲା । ମାଲକାନଗିରି ଓ ଟିଟିଲାଗଡ ତାପମାତ୍ରା ୪୩.୫, ରାଉରକେଲା ୪୩.୪, ଝାରସୁଗୁଡା ୪୩.୮, ସୋନପୁର ୪୩.୧, ଭୁବନେଶ୍ୱର ୩୮.୬ ଓ କଟକ ୩୮ ଡିଗ୍ରୀ ସେଲସିୟସ୍ ଥିଲା । ଆହୁରି ୫ ଦିନ ତାତି ଏମିତି କଳବଲ କରିବ । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ । ବିଶେଷ କିଛି କାମ ନଥିଲେ ସକାଳ ୧୧ଟା ପରେ ଏବଂ ଅପରାହ୍ନ ୩ଟା ପୂର୍ବରୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ପଶ୍ଚିମ ଓଡିଶାରେ ତାପାମତ୍ରା ୪୫ ଡିଗ୍ରୀରୁ ଅଧିକ ହେବ କିମ୍ବା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ସେଲସିୟସ୍ ବଢିବାର ଆକଳନ କରାଯାଉଛି । ଏନେଇ ଅଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ପ୍ରବଳ ଖରା ଓ ଗରମ ସତ୍ତ୍ୱେ ଆଜି ସନ୍ଧ୍ୟାରେ ଦକ୍ଷିଣ ଓ ଉପକୂଳ ଓଡିଶା କାଳବୈଶାଖୀ ବର୍ଷା ହୋଇଛି । ମୋହନା ଓ ତପ୍ତପାଣି ଅଞ୍ଚଳରେ ପ୍ରାୟ ୨ ଘଣ୍ଟା ବର୍ଷା ହୋଇଛି । ଯାହା ଦ୍ୱାରା ସ୍ଥାନୀୟ ବାସନ୍ଦାଙ୍କୁ ଟିକିଏ ଆଶ୍ୱସ୍ତି ମିଳିଛି । ସେହିପରି କାଳବୈଶାଖୀ ପ୍ରଭାବରେ କଟକ ସମେତ ଅନ୍ୟ କେତେକ ସ୍ଥାନରେ ବର୍ଷା ସହ ପବନ ବହିବାର ସୂଚନା ମିଳିଛି । ଅପରାହ୍ନରେ ଭୁବନେଶ୍ୱରରେ ମଧ୍ୟ ଆକାଶ ମେଘାଚ୍ଛନ୍ନ ରହିବା ସହ ପବନ ଏବଂ ଅଳ୍ପ ପରିମାଣରେବ ବର୍ଷା ହୋଇଛି ।

Get real time updates directly on you device, subscribe now.