ମହାକୁମ୍ଭରେ ଖୋଲିଛି ଅସ୍ଥାୟୀ Blinkit ଷ୍ଟୋର, ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କୁ ମିଳିବ ଏହି ସବୁ ସୁବିଧା

ପ୍ରୟାଗରାଜ: ବିଶିଷ୍ଟ କ୍ୱିକ୍ କମର୍ସ ପ୍ଲାଟଫର୍ମ ବ୍ଲିଙ୍କଇଟ୍ । ମହାକୁମ୍ଭରେ ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କୁ ଯୋଗାଇବ ସେବ।।

ମହାକୁମ୍ଭର ପ୍ରମୁଖ ଅଞ୍ଚଳରେ ଆବଶ୍ୟକ ଜିନିଷ ଡେଲିଭରି ପାଇଁ ପ୍ରୟାଗରାଜରେ ମାତ୍ର ୧୦୦ ବର୍ଗ ଫୁଟରେ ଖୋଲାଯାଇଛି ଏହି ଅସ୍ଥାୟୀ ଷ୍ଟୋରା

ଏମିତି କହିଲେ ବ୍ଲିଙ୍କଇଟ୍ CEO: ‘ଆଜି ଆମେ ମହାକୁମ୍ଭ ମେଳା, ପ୍ରୟାଗରାଜରେ ଏକ ଅସ୍ଥାୟୀ ବ୍ଲିଙ୍କଇଟ୍ ଷ୍ଟୋର ଖୋଲିଛୁା ଏହା ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କୁ ସେବା ପ୍ରଦାନ କରିବ’ ବୋଲି ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି ବ୍ଲିଙ୍କଇଟ୍ ସିଇଓ ଅଲବିନ୍ଦର ଢ଼ିଣ୍ଡସା(Albinder Dhindsa) ।

ଏହି ଷ୍ଟୋର ବିଶେଷ ଭାବରେ ଟେଣ୍ଟ୍ ସିଟି, ଅରେଲ୍ ସିଟି, ଡୋମ୍ ସିଟି, ଓଞଊଉ ବିଳାସପୂର୍ଣ୍ଣ କ୍ୟାମ୍ପ, ଦେବରଖ ଏବଂ ମହାକୁମ୍ଭ ମେଳାର ଅନ୍ୟ ପ୍ରମୁଖ ସ୍ଥାନରେ ସାମଗ୍ରୀ ଡେଲିଭରି କରିବ ବୋଲି ସେ କହିଛନ୍ତିା

ଷ୍ଟୋରରେ ମିଳିବ ଏହି ଜିନିଷ: ଏହି ବ୍ଲିଙ୍କଇଟ୍ ଷ୍ଟୋରରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ପୂଜା ସାମଗ୍ରୀ, କ୍ଷୀର, ଦହି, ଫଳ, ପନିପରିବା, ଚାର୍ଜର, ପାୱାର ବ୍ୟାଙ୍କ, ତଉଳିଆ, କମ୍ବଳ, ଚାଦର, ତ୍ରିବେଣୀ ସଙ୍ଗମର ପବିତ୍ର ଜଳ ଇତ୍ୟାଦି ଉପଲବ୍ଧ ହେବା