fbpx

ୟୁକ୍ରେନର ୫ ସହରରେ ଆଜି ସାମୟିକ ଯୁଦ୍ଧବିରତି ଘୋଷଣା

କିଭ: ଗତ ୧୪ ଦିନ ଧରି ୟୁକ୍ରେନ ଓ ରୁଷ ମଧ୍ୟରେ ଅହରହ ଯୁଦ୍ଧ ଲାଗି ରହିଛି । ଏହାରି ମଧ୍ୟରେ ଆଜି ୟୁକ୍ରେନର ୫ ସହରରେ ସାମୟିତ ଯୁଦ୍ଧବିରତି ଘୋଷଣା କରିଛି ରୁଷ । ୟୁକ୍ରେନର ୫ଟି ସହର ଯଥା- ଚେରନିଭ, ସୁମି, ଖାରକିଭ, ମାରିଉପଲ, ଜାପୋରିଝଝିଆରେ ଯୁଦ୍ଧ ବିରତି ହୋଇଛି । ଫସିଥିବା ଲୋକଙ୍କ ଉଦ୍ଧାର ପାଇଁ ରୁଷିଆ ପକ୍ଷରୁ ଯୁଦ୍ଧବିରତି ଘୋଷଣା କରାଯାଇଛି । ମାନବ କରିଡର ବ୍ୟବସ୍ଥା ଜରିଆରେ ଉଦ୍ଧାର ପାଇଁ ଏହି ଯୁଦ୍ଧବିରତି ଦିଆଯାଇଛି । ଭାରତୀୟ ସମୟ ଦିନ ୧୨ଟା ୩୦ରୁ ଏହା ଲାଗୁ ହେବ ।

ଅନ୍ୟପଟେ ୟୁକ୍ରେନର ୬୧ଟି ହସ୍ପିଟାଲ ଧ୍ୱଂସ କରିଛି ରୁଷ । ୬୧ଟି ହସ୍ପିଟାଲ ଧ୍ୱଂସ ନେଇ ୟୁକ୍ରେନର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ମେଡିକାଲ କୋଠା କ୍ଷତିଗ୍ରସ୍ତ ସହ ଉପକରଣ ନଷ୍ଟ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.