fbpx
BSKY SKY
BSKY SKY

ରବିବାରରୁ ରାଜ୍ୟରେ ଖସିବ ରାତ୍ରିକାଳୀନ ତାପମାତ୍ରା, ବଢିବ ଶୀତ

BSKY

ଆସନ୍ତା ରବିବାର ୧୮ ତାରିଖ ବେଳକୁ ରାଜ୍ୟରେ ରାତ୍ରିକାଳୀନ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି । ଏହି ସମୟରେ ସାଧାରଣଠାରୁ ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ କମିବା ସହ ଶୀତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଏହା ସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଅଧିକାଂଶ ଜିଲ୍ଲା ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ ଓ କଟକ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା କୁହୁଡ଼ି ପଡ଼ିବା ସମ୍ଭାବନା ରହିଛି ।

ସୂଚନା ଅନୁସାରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି । ତଳୁଆ ଅଞ୍ଚଳ କେଉଁଝରରେ ସର୍ବନିମ୍ନ ତାପମାତ୍ରା ୧୬.୬ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୭.୯ ଡିଗ୍ରୀ ସେଲସିୟସ ରହିଛି । ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୩ରୁ ୪ ଡିଗ୍ରୀ ଖସିବାର ସମ୍ଭାବନା ରହିଛି । ତେବେ ଭୁବନେଶ୍ୱର ସହରରେ ଆସନ୍ତା କାଲି ଠାରୁ ତାପମାତ୍ରା କମିବ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.