fbpx

‘Pathaan’କୁ ନେଇ ବଡ଼ ଘୋଷଣା: FIFA World Cup 2022 ଫାଇନାଲରେ ହେବ ଫିଲ୍ମର ପ୍ରମୋସନ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଶାହରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ‘ପଠାନ’ ଫିଲ୍ମ ବର୍ତ୍ତମାନ ବିବାଦ ଘେରରେ ରହିଛି । ଫିଲ୍ମର ‘ବେଶରମ ରଙ୍ଗ’ ଗୀତକୁ ନେଇ ଅନେକ ବିରୋଧ କରିବା ସହ ‘ବୟକଟ୍ ପଠାନ’ ନାରା ଦେଉଛନ୍ତି । ତେବେ ସମସ୍ତ ବିବାଦ ମଧ୍ୟରେ ଶାହରୁଖ ‘ପଠାନ’କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ଫିଫା ବିଶ୍ୱକପ୍ ୨୦୨୨ ଫାଇନାଲ ମ୍ୟାଚରେ ଫିଲ୍ମର ପ୍ରମୋସନ କରାଯିବ ବୋଲି ଜଣାପଡ଼ିଛି ।

ଗତ ଚାରିବର୍ଷ ମଧ୍ୟରେ ଶାହରୁଖଙ୍କ କୌଣସି ଫିଲ୍ମ ରିଲିଜ ହୋଇ ନଥିବାରୁ ଫ୍ୟାନ୍ସ କିଙ୍ଗ ଖାନଙ୍କ ପରବର୍ତ୍ତୀ ଫିଲ୍ମକୁ ଉତ୍ସୁକତାର ସହ ଚାହିଁ ରହିଛନ୍ତି । ଆସନ୍ତା ୨୦୨୩ ମସିହା ଜାନୁଆରୀ ମାସ ୨୫ ତାରିଖରେ ‘ପଠାନ’ ରିଲିଜ୍ ହେବ । ତେବେ ଫିଲ୍ମର ପ୍ରଥମ ଗୀତ ରିଲିଜ ହେବାର ଅଳ୍ପ ସମୟରେ ବିବାଦ ଆରମ୍ଭ ହୋଇଯାଇଛି । ଏସବୁ ପରେ ମଧ୍ୟ କିଙ୍ଗ ଖାନ୍ ଫିଲ୍ମର ପ୍ରମୋସନ ନେଇ କୌଣସି ଅବହେଳା କରୁନାହାନ୍ତି ।

ଫୁଟବଲ କ୍ରୀଡ଼ା ଜଗତର ସର୍ବବୃହତ ଟୁର୍ଣ୍ଣାମେଣ୍ଟ ଫିଫା ବିଶ୍ୱକପ ୨୦୨୨ ଫାଇନାଲ ମ୍ୟାଚରେ ‘ପଠାନ’ ଫିଲ୍ମର ପ୍ରମୋସନ କରିବେ ବୋଲି ଶାହରୁଖ ଘୋଷଣା କରିଛନ୍ତି । ଆସନ୍ତା ୧୮ ତାରିଖରେ କତାରରେ ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଏ ବାବଦରେ ଶାହରୁଖ ତାଙ୍କର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟ ଶେୟାର କରିଛନ୍ତି । ‘ଫିଲ୍ଡ ପର ମେସି ଔର ଏମବାପେ… ଷ୍ଟୁଡିଓରେ ମେଁ ୱେନେରୁନେ ଔର ପଠାନ! ୧୮ ଡିସେମ୍ବରର ସନ୍ଧ୍ୟା ଶାନନ୍ଦାର ହେବ’ ବୋଲି ସେ ଲେଖିଛନ୍ତି ।

Get real time updates directly on you device, subscribe now.