fbpx

ଘଟଣା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି! ୧୦ ବର୍ଷୀୟ ବାଳକ ଚୋରି କାର୍ ଡ୍ରାଇଭ୍ କରି ପୋଲିସ ହାତରେ ଧରାପଡ଼ିଲା

ନୂଆଦିଲ୍ଲୀ: ଗାଡ଼ି ଡ୍ରାଇଭିଂକୁ ନେଇ ନିୟମିତ ଭାବେ ଟ୍ରାଫିକ ପୋଲିସ ପକ୍ଷରୁ ଚେକିଂ କରାଯାଇଥାଏ । ଯେଉଁମାନେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ଧରାପଡ଼ନ୍ତି ସେମାନଙ୍କୁ ମୋଟା ଅଙ୍କର ଫାଇନ୍ ଲାଗୁ କରାଯାଇଥାଏ । ସାଧାରଣ ଭାବେ କମ୍ ବୟସର ପିଲାଙ୍କୁ ଗାଡ଼ି ଦେବା ବେଆଇନ ଭାବେ ଗ୍ରହଣ କରାଯାଇଥାଏ । ତେବେ ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ୧୦ ବର୍ଷୀୟ ବାଳକ କାର୍ ଚଳାଉଥିବା ସମୟରେ ପୋଲିସ ଦ୍ୱାରା ଧରାପଡ଼ିଛି । ଏହାପରେ ପୋଲିସ ଯେଉଁ ଖୁଲାସା କରିଥିଲା, ତାହା ଶୁଣିବା ବେଳକୁ ହୋସ୍ ଉଡ଼ି ଯାଉଛି ।

ଖବର ମୁତାବକ, ଆମେରିକାର ମିନେସୋଟା ରାଜ୍ୟରେ ଦେଖିବାକୁ ମିଳିଛି ଏପରି ଏକ ଅଘଟଣ । ଗୋଟିଏ ୧୦ ବର୍ଷୀୟ ବାଳକ ଚୋରି ଗାଡ଼ି ଚଳାଉଥିବା ସମୟରେ ପୋଲିସ ଦ୍ୱାରା ଗିରଫ ହୋଇଥିଲା । ସବୁଠାରୁ ବଡ଼ କଥା ହେଉଛି ଉକ୍ତ ପିଲାଟି ଉପରେ ପୂର୍ବରୁ ଅନେକ ସଙ୍ଗୀନ ଅପରାଧ ରହିଥିବା ବେଳେ ପୋଲିସ ଦ୍ୱାରା ଏକାଧିକ ବାର ସେ ଗିରଫ ମଧ୍ୟ ହୋଇଥିଲା । ବାଳକଟିର ଅପରାଧିକ ଗତିବିଧି ଉପରେ ରୋକ ଲଗାଇବା ପାଇଁ ପୋଲିସ ପକ୍ଷରୁ ତା’ର ପରିବାରକୁ ସହଯୋଗ ପାଇଁ ଅପିଲ କରିଛି ।

୧୦ ବର୍ଷୟ ବାଳକ ସ୍କୁଲର ଖେଳ ପଡ଼ିଆ ନିକଟରେ ଚୋରି ଗାଡ଼ି ଚଳାଉଥିବା ସମୟରେ ମିନେସୋଟାର ମିନିୟା ପୋଲିସ ଦ୍ୱାରା ଗିରଫ ହୋଇଥିଲା । ସିସିଟିଭି କ୍ୟାମେରାରେ ଏହି ଘଟଣା କଏଦ ହେବା ପରେ ବାଳକକୁ ପୋଲିସ ନିଜ ହେପାଜତକୁ ନେଇଥିଲା । ସ୍ଥାନୀୟ ପୋଲିସ ପକ୍ଷରୁ ଯାଞ୍ଚ କରାଯିବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା । ବାଳକଟି ତୃତୀୟ ଥର ପାଇଁ ଗିରଫ ହୋଇଥିବା ଜଣାପଡ଼ିଥିଲା । ପରେ ବାଳକକୁ ପୋଲିସ ଡିଟେନସନ ସେଣ୍ଟରକୁ ପଠାଇଥିଲା । ବାଳକଟି ଗତ ଅଗଷ୍ଟରେ ମଧ୍ୟ କାର ଚୋରି କରିବାକୁ ପ୍ରୟାସ କରିଥିଲା ।

Get real time updates directly on you device, subscribe now.